ଓଡ଼ିଶା

ନାଟ୍ୟକାର ରଣଜିତ୍ ପଟ୍ଟନାୟକ ଓଡ଼ିଆ ନାଟ୍ୟ ଜଗତର ଏକ ଅମ୍ଳାନ ପ୍ରତିଭା : ବରିଷ୍ଠ କଳାକାର ସଂଘ

କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ସ୍ଥାନୀୟ ସୁବାରାଓ ଛକ ସ୍ଥିତ କାର୍ଯ୍ୟାଳୟ ପରିସରରେ ପ୍ରଜ୍ଞାଦୀପ୍ତ ନାଟ୍ୟକାର ରଣଜିତ୍ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନାଟ୍ୟକାର ରଣଜିତ୍ ପଟ୍ଟନାୟକ ଓଡ଼ିଆ ନାଟ୍ୟ ସଂସ୍କୃତି କ୍ଷେତ୍ରର ଏକ ଅମ୍ଳାନ ପ୍ରଜ୍ଞାଦୀପ୍ତ ପ୍ରତିଭା ଥିଲେ ଓ ତାହାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ନାଟ୍ୟକାର ପଟ୍ଟନାୟକଙ୍କ ସଂକ୍ଷିପ୍ତ ଇତିବୃତ୍ତର ସମ୍ୟକ୍ ସିଂହବଲୋକନ କରିଥିଲେ । ପ୍ରାରମ୍ଭରେ ନାଟ୍ୟକାର ପଟ୍ଟନାୟକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବଳଦେବ ସାହୁ, ବିଜୁଳି ଦାସ, ପ୍ରଦୀପ କୁମାର ସାହୁ, କିଶୋର କାପୂର୍ ପ୍ରମୁଖ ସହଯୋଗ କରିଥିବା ବେଳେ ସଂଘର ବହୁ ସଦସ୍ୟ-ସଦସ୍ୟା ଅମର ଆତ୍ମାଙ୍କ ଉଦ୍ଦେଶ୍ୟରେ ବାକ୍-ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com