ଓଡ଼ିଶା

ଘରୁ ସାଙ୍ଗଙ୍କ ସହ ଯାଇଥିଲେ, ପାଞ୍ଚ ଦିନ ପରେ ବସ୍ତା ଭିତରୁ ମିଳିଲା ମୃତଦେହ

ଭଦ୍ରକ: କାମ ଥିବା କହି ସାଙ୍ଗ ଆସି ଘରୁ ଡାକିନେଲେ । କିନ୍ତୁ ୫ ଦିନ ପରେ ନଈ କୁଳରୁ ବସ୍ତା ଭିତରୁ ମିଳିଲା ମୃତଦେହ । ସୂଚନାନୁଯାୟୀ ଭଦ୍ରକ ଜିଲ୍ଲା ଧୁସିରି ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ପିରାହାଟ ଥାନା ଉପରଦୁମୁକା ଗାଁର ଧରଣୀଧର କୁଅଁରଙ୍କ କୋଲକାତାରେ ଦୋକାନ ରହିଛି । ଦୋକାନ ବିକ୍ରିକୁ ନେଇ କେତେକ ଲୋକଙ୍କ ସହ ବିବାଦ ଥିବା କହିଛନ୍ତି ତାଙ୍କ ପୁଅ ।

ତେବେ ଗତ ୨୮ତାରିଖ ଦିନ ଧୂଷୁରି ଥାନା ଅଧିନ ଭଣ୍ଡାରିପଡା ଗାଁର ପପୁ ନାମକ ଯୁବକ ଧରଣୀଧରଙ୍କ ଘରକୁ ଯାଇ ଦୋକାନ ଲିଜ ବାବଦକୁ କଥା ଥିବା କହି ନିଜ ବାଇକ ରେ ସାଙ୍ଗରେ ଆଣିଥିଲେ । ପରେ ଧରଣୀଧର ଘରକୁ ନଫେରିବାରୁ ଘର ଲୋକେ ପିରାହାଟ ଥାନା ରେ ଲିଖିତ ଏତଲା ଦେଇଥିଲେ ।

ତେବେ ଏବେ ଧୂଷୁରି ଥାନା ଅଧିନ କୋଚିଳା ନଦୀର ନୂଆସାହି ନିକଟରୁ ଏକ ମୁହଁ ବନ୍ଧା ବସ୍ତା ମିଳିଥିଲା । ପରେ ପୋଲିସ ଉପସ୍ଥିତରେ ବସ୍ତା ଖୋଲା ଯାଇଥିବା ବେଳେ ବସ୍ତା ରୁ ଧରଣୀଧରଙ୍କ ମୃତଦେହ ମିଳିଛି । ତେବେ ଧରଣୀ ଧର ଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପୁଅ ।

Related Articles

Back to top button
WP Twitter Auto Publish Powered By : XYZScripts.com