ଜାତୀୟ

ଡିସେମ୍ବର ଶେଷ ସୁଦ୍ଧା କରି ଦିଅନ୍ତୁ ଏହି ୫ ଗୁରୁତ୍ୱପୂର୍ଣ୍ଣ କାମ

ଆଉ କିଛିଟା ଦିନ ଭିତରେ ସରିବାକୁ ଯାଉଛି ୨୦୨୩ ମସିହା । ଆରମ୍ଭ ହେବ ୨୦୨୪ , ନୂଆ ବର୍ଷ । ଏକ ନୂଆ ଆଶା , କିଛି ନୂଆ ଆକାଂକ୍ଷା ଓ ଆଗକୁ କିଛି ଅଧିକ ଭଲ କରିବାର ଅଭିଳାଶରେ । ହେଲେ ଆମେ ଆପଣଙ୍କୁ କହି ରଖୁଛୁ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପୁରୁଣା କାର୍ଯ୍ୟ ଗୁଡ଼ିକୁ ସମାପ୍ତ କରନ୍ତୁ । ନଚେତ୍ ଏହା ଆପଣଙ୍କ ଆଗାମୀ ବର୍ଷ ପାଇଁ ଚିନ୍ତାର କାରଣ ହୋଇପାରେ ।

 

ବିଶେଷ କରି କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ରହିଛି ଯାହାକୁ ଆପଣ ନିଶ୍ଚିତ ଭାବେ ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ । ନଚେତ୍ ପଛରେ ହଇରାଣ ହୋଇ ପାରନ୍ତି । ତେବେ ଆସନ୍ତୁ ଜାଣିବା ଏପରି ୫ଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାମ ଯାହାକୁ ଆପଣ ଡିସେମ୍ବର ୩୧ ପୂର୍ବରୁ ହିଁ ଶେଷ କରିବା ଉଚିତ୍ ।

୧- ବ୍ୟାଙ୍କ୍ ସମ୍ବନ୍ଧୀୟ କାର୍ଯ୍ୟ  ସରିବାକୁ ଯାଉଛି ଲକର୍ ସମ୍ବନ୍ଧୀୟ ଚୁକ୍ତିନାମା । SBI ଓ BOB ରେ ଲକର୍ ଥିବା ଗ୍ରାହକଙ୍କୁ ଡିସେମ୍ବର ୩୧ ସୁଦ୍ଧା ନିଜ ଲକର୍ ପାଇଁ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଇଛି SBI ।

୨ – ମ୍ୟୁଚୁଆଲ୍ ଫଣ୍ଡ : ଡ଼ିସେମ୍ବର ଶେଷ ସୁଦ୍ଧା ନିଜ ମ୍ୟୁଚୁଆଲ୍ ଫଣ୍ଡ ଆକାଉଣ୍ଟ୍ କୁ ଅପ୍ ଡେଟ୍ କରାଇ ନିଅନ୍ତୁ । ନଚେତ୍ ଆପଣଙ୍କ ଆକାଉଣ୍ଟ୍ ଫ୍ରିଜ୍ ହୋଇଯିବ । ମ୍ୟୁଚୁଆଲ ଫଣ୍ଡ ସହିତ ଡେମାର୍ଟ ଆକାଉଣ୍ଟ ଧାରୀଙ୍କ ପାଇଁ ମଧ୍ୟ ଡିସେମ୍ବର ଶେଷ ସୁଦ୍ଧା ନାମାଙ୍କନ ଦେବା ବାଧ୍ୟତାମୂଳକ ।

୩- ITR ଫାଇଲ୍ : ଯେଉଁମାନେ ପୂର୍ବରୁ ITR ଫାଇଲ୍ କରି ନାହାନ୍ତି ସେମାନେ ଡିସେମ୍ବର ଶେଷ ସୁଦ୍ଧା ନୂତନ ITR ଫାଇଲ୍ ସହିତ ଏହାକୁ ଅପ୍ ଡେଟ୍ କରାଇ ନେବା ହେବେ ।

୪- FD ସମୟ ସୀମା  : SBI ରେ FD ର ଅବଧି ତାରିଖ ଡିସେମ୍ବର ୩୧ ରହିଛି । ଏହା ସହିତ ଅମୃତ କଳସ ସ୍କିମ୍ ର ମଧ୍ୟ ଶେଷ ତାରିଖ ରହିଛି ଡିସେମ୍ବର ୩୧ ।

 – UPI ID ଅପ୍ ଡେଟ୍ : ଯଦି ଆପଣ ପ୍ରାୟ ବର୍ଷେ ଧରି ଆପଣଙ୍କ UPI ବ୍ୟବହାର କରୁଛନ୍ତି ତେବେ ତାହାକୁ ଅପ୍ ଡେଟ୍ କରାଇ ନିଅନ୍ତୁ । ନଚେତ୍ ଏହା ରଦ୍ଦ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com