ଅନ୍ୟାନ୍ୟ

୧୫ ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦରେ ବିବାହ କରି ପାରିବେ

ଝାଡ଼ଖଣ୍ଡ ,୦୧/୧୨/୨୦୨୨-  ୧୫ ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦରେ ବିବାହ କରି ପାରିବେ । ଏଥିପାଇଁ ପରିବାର ଲୋକ ତାଙ୍କୁ ରୋକି ପାରିବେ ନାହିଁ । ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଝାଡ଼ଖଣ୍ଡ ହାଇକୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଘଟଣା ଅନୁସାରେ ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ଯୁବକ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ । ପରେ ଝିଅକୁ ଫେରାର୍ କରି ନେଇଥିଲେ ସୋନୁ ।

ଝିଅକୁ ମାତ୍ର ୧୫ ବର୍ଷ ହୋଇଥିବାରୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଏତଲାକୁ ଭିତ୍ତିକରି ଏକ ଅପରାଧିକ ମାମଲା ରୁଜୁ କରିଥିଲା । ପରେ ସୋନୁ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜଷ୍ଟିସ୍ ଏସ.କେ ଦ୍ୱିବେଦୀଙ୍କ ଖଣ୍ଡପୀଠ ବୁଧବାର ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ମୁସଲିମ୍ ସମ୍ପ୍ରଦାୟରେ ୧୫ବର୍ଷରୁ ଅଧିକ ବୟସ୍କ ଝିଅ ନିଜ ପସନ୍ଦରେ ବିବାହ କରି ପାରିବେ ବୋଲି କୋର୍ଟ କହିଛନ୍ତି । ଏହା ସହିତ ସୋନୁଙ୍କ ଉପରେ ଲାଗିଥିବା ସମସ୍ତ ଅପରାଧିକ ମାମଲାକୁ ରଦ୍ଦ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com