ଓଡ଼ିଶା

ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି କମିଶନରେଟ୍‌‌ ପୁଲିସ

ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଅଳ୍ପ କିଛି ଦିନ ବାକି ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଭୁବନେଶ୍ୱର କମିଶନରେଟ୍‌‌ ପୁଲିସ ଏନକାଉଣ୍ଟର କରିଛି। ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ସମୟରେ ରଘୁ ଓ ତା’ର ସହଯୋଗୀ ବୁଲୁଥିଲେ।

ପୁଲିସ ସେମାନଙ୍କ ପିଛା କରି ଅଟକାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସର ପାଲଟା ଗୁଳି ଚାଳନାରେ ରଘୁ ଆହତ ହୋଇଛି। ତା’ର ବାମ ଗୋଡରେ ଗୁଳି ବାଜିଛି। ଆହତ ଅବସ୍ଥାରେ ରଘୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ଛିନ୍‌‌ତାଇ ମାମଲା ରହିଛି। ଘଟଣାର ତଦନ୍ତ ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com