ମନୋରଞ୍ଜନ
ପ୍ରଭାସଙ୍କ ‘ସାଲାର’ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିବା ଜଣାପଡିଛି

ପ୍ରଭାସଙ୍କ ‘ସାଲାର’ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିବା ଜଣାପଡିଛି। ଏହି ଚଳଚ୍ଚିତ୍ରଟି ମାତ୍ର ୬ ଦିନ ମଧ୍ୟରେ ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ଅତିକ୍ରମ କରି ସାରିଲାଣି। ସେହିପରି ଏହା ଦେଶରେ ୩୦୦ କୋଟି ଟଙ୍କା ଆୟ କରି ସାରିଲାଣି।
ପ୍ରଭାସଙ୍କ ଏହି ଚଳଚ୍ଚିତ୍ର ୫ଟି ଭାଷାରେ ମୁକ୍ତିଲାଭ କରିଛି। ଯେଉଁଥିରେ ହିନ୍ଦୀ ବ୍ୟତୀତ ତେଲୁଗୁ, ମାଲାୟାଲମ୍, ତାମିଲ, କନ୍ନଡ ଭାଷା ଅନ୍ତର୍ଭୁକ୍ତ।