ଅନ୍ତର୍ଜାତୀୟ
ଏଆଇ ପାଇଁ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ
![](https://i0.wp.com/odia.mobilenews24x7.com/wp-content/uploads/2023/12/untitled-design-5_rxrp.png?resize=780%2C470&ssl=1)
ଏଆଇ ପୁଣି ନେବ ଚାକିରି । ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇର ବିନିଯୋଗ କରି କର୍ମଚାରୀ ସଂଖ୍ୟା କମାଇବାର ଯୋଜନା କରାଯାଇଛି । AI ବିନିଯୋଗ କରି ଆମେରୀକିୟ କମ୍ପାନୀ ‘ଗୁଗଲ୍ ବାର୍ଡ’, ଗୁଗୁଲ ‘ଜେମିନି’ ପରି ପ୍ଲାଟଫର୍ମ ଡେଭଲପ୍ କରିବା ନେଇ ଘୋଷଣା କରିଛି ।
ରିପୋର୍ଟ ଅନୁସାରେ, ଗୁଗୁଲ ତାର ସେଲ୍ସ ବିଭାଗରେ ପୁନଃସଙ୍ଗଠିତ କରୁଛି, ଯାହା ଫଳରେ ଉକ୍ତ ବିଭାଗର ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ଗୁଗୁଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖାସକରି କଷ୍ଟମର କେୟାର ସର୍ଭିସ କ୍ଷେତ୍ରରେ ଏଆଇର ବିନିଯୋଗ କରାଯିବ । ଫଳରେ ସେହି ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଚାକିରିରୁ କଢାଯିବ ।