Breaking NewsFeaturedରାଜନୀତି

ଅଗ୍ନିପଥରେ ଯୋଗଦାନ ମାନେ ବେରୋଜଗାରୀ, ନିରାଶା ଓ ଅପମାନ: ରାହୁଲ ଗାନ୍ଧି ।

ସରକାରଙ୍କ ଅଗ୍ନିପଥ ସ୍କିମରେ ବଡଧରଣର ଘୋଟାଲା । ସାମ୍ନାକୁ ଆସିଲା ନିଯୁକ୍ତିର ସତ୍ୟତା । ୧୦୦କୋଟିର ସ୍କାମ ହୋଇଥିବା ଅଭିଯୋଗ ଆଣିଲେ କିଛି ଯୁବକ । ଅଗ୍ନିବୀର ଯୋଜନା ନାମରେ ୨୦୧୯-୨୧ପର୍ଯ୍ୟନ୍ତ ଚାଲିବାକୁ ଥିବା ସେନାର ସ୍ଥାୟୀ ନିଯୁକ୍ତି ବାତିଲ କରି ଦେଶର ଅଗଣିତ ପରିଶ୍ରମୀ ଓ ଟ୍ୟାଲେଂଟେଡ ଯୁବକଙ୍କ ସ୍ୱପ୍ନକୁ ସରକାର ନଷ୍ଟ କରିଦେଇଥିବା କୁହାଯାଉଛି । କାରଣ ଅଗ୍ନିବୀରଙ୍କ ପାଇଁ ସମଗ୍ର ପ୍ରକ୍ରିୟା ଶେଷ ପରେ କିଭଳି ନିଯୁକ୍ତିର ମିଥ୍ୟା ଆଶ୍ୱସନା ଦିଆଯାଇଥିଲା ଏବଂ ଶେଷରେ ସେମାନଙ୍କୁୁ ଅଗ୍ନିପଥର ବାହାନା କରି ନିଜର ଅବସ୍ଥା ଉପରେ ଛାଡି ଦିଆଗଲା, ତାହା ଏବେ ସାମ୍ନାକୁ ଆସିଛି । ଏଭଳି ସଂଘର୍ଷର କାହାଣୀ ବଖାଣିବାକୁ ଚମ୍ପାରନରୁ ପାଦରେ ଚାଲି ଚାଲି ଆସି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି କିଛି ଯୁବକ । ପ୍ରଥମେ ଶୁଣନ୍ତୁ ସେ କଣ କହୁଛନ୍ତି ।

ତେବେ ଏମାନେ ସମସ୍ତେ ଚାଷୀ ପରିବାରର ହେଇଥିବାରୁ ନିଯୁକ୍ତି ନମିଳିବା ପରେ ଏବେ ଯୁବକ ମାନେ ବେରୋଜଗାରୀ, ନିରାଶା ଓ ଅପମାନ ଛଡା ଆଉ କିଛି ନାହିଁ ବୋଲି କୁହାଯାଇଛି ।

ଏଠାରେ କହିରଖୁଛୁ ଯେ, ଦେଶବାସୀଙ୍କ ସେବା ସହ ସେନାରେ ସାମିଲ ହେବା ପାଇଁ ଉତ୍ସାହ ଯୁବକ ଯୁବତୀଙ୍କ ଉଦେ୍ଦଶ୍ୟରେ କେନ୍ଦ୍ର ସରକାର ଆଣିଛନ୍ତି ଅଗ୍ନିପଥ ସ୍କିମ । ଭାରତୀୟ ସେନା ଇତିହାସରେ ପ୍ରଥମଥର ଲାଗି ଏକ ସ୍ୱଳମିଆଦି ନିଯୁକ୍ତି ଯୋଜନା ଆରମ୍ଭ କରିଛି ସେନା । ସାଢେ ୧୭ବର୍ଷରୁ ୨୧ବର୍ଷର ଯୁବକ ଯୁବତୀଙ୍କୁ ଏହି ସ୍କିମରେ ଦିଆଯାଇଛି ନିଯୁକ୍ତି । ଜୁଲାଇ ୨୦୨୩ସୁଦ୍ଧା ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ ସେନାରେ ଯୋଗ ଦେଇଛନ୍ତି । ସେନା ସୈନିକର ପୂର୍ଣ୍ଣ ମର୍ଯ୍ୟଦା ମିଳିଛି । ଅର୍ଥାତ ନିୟମିତ ସୈନ୍ୟ ଓ ଅଗ୍ନିବୀରଙ୍କ ମଧ୍ୟ କୌଣସି ପାର୍ଥକ୍ୟ ରହି ନାହିଁ । ଅଗ୍ନୀବୀର ଚାକିରୀ ଅବଧି ୬ମାସ ପ୍ରଶିକ୍ଷଣକୁ ମିଶାଇ ମୋଟ ୪ବର୍ଷ ରହିଛି । ଯାହାକୁ ନେଇ ପୂର୍ବରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com