Breaking NewsFeaturedରାଜନୀତି

ଜାନୁଆରୀ୨୨ ପରେ ନୀତୀଶ ଖେଳିବେ ବଡ ଗେମ୍! ଆଇଏନଡିଆଇଏକୁ ଲାଗିବ ଝଟକା ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ପୁଣିଥରେ ହଲଚଲ ହୋଇଛି ଦେଶର ରାଜନୀତି । ଆଉ ଏବେ ଜେଡିୟୁର ବାଗଡୋର ନିଜ ହାତରେ ରଖି ଆଗକୁ କିଛି ଧମାକା କରିବାକୁ ସଂକେତ ଦେଇଛନ୍ତି ନୀତୀଶ । କୁହାଯାଉଛି କି ନୀତୀଶ କୁମାର ୨୨ଜାନୁଆରି ୨୦୨୪ପରେ କିଛି ବଡ ଗେମ ଖେଳିବାକୁ ଯୋଜନା କରିଛନ୍ତି । ଅର୍ଥାତ ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ, ତା ପରେ ପରେ ପାଟନାରେ ଏକ ବଡ ଧମାକା ହେବ । ଯାହା ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଏକ ଭଲ ସଂକେତ ହୋଇଥବା ବେଳେ ଏବଂ ଆଇଏନଡିଆଇଏ ମଂଟ ପାଇଁ ଏକ ଝଟକା ବୋଲି କୁହାଯାଉଛି । କାରଣ ରାଜନୀତିର ଗୋଟି ଚାଳନାରେ ମାହିର ହେଉଛନ୍ତି ନୀତୀଶ କୁମାର । ତେବେ ପ୍ରଶ୍ନ ନୀତୀଶଙ୍କ ମାଇଣ୍ଡରେ କଣ ଅଛି । କେଉଁ ଗେମ ଖେଳିବାକୁ ସେ ଯାଉଛନ୍ତି । ୨୨ତାରିଖ ପରେ କଣ ଧମାକା କରୁଛନ୍ତି । ଆସନ୍ତୁ ତା ଉପରେ ନଜର ପକାଇବା ।

ଆପଣ ଜାଣିଛନ୍ତି କି ବିରୋଧୀଙ୍କ ମିଳିତ ମେଂଟ ଆଇଏନଡିଆଇଏର ସୂତ୍ରଧର ହେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତେଣୁ ପୂର୍ବରୁ ଜେଡିୟୁ ଓ ଅନ୍ୟ ନେତାଙ୍କ ଦାବି ଥିଲା କି ନୀତୀଶ ହୁଅନ୍ତୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । କିନ୍ତୁ ଏବେ ତାଙ୍କୁ ଦଳରେ କରାଯାଇଛି କୋଣଠେସା । ବିଶେଷ କରି ପ୍ରଧାନମନ୍ତ୍ରୀ ପାଇଁ ଖଡଗେଙ୍କ ନାଁ ପ୍ରସ୍ତାବ ପରେ କୁହୁଳିଛି ଅସନ୍ତୋଷର ନିଆଁ । ଯଦିଓ ତାଙ୍କର କୌଣସି ପଦ ନେଇ ଇଛା ନଥିବା କହିବା ସହ ନାରାଜ ନଥିବା ସଫେଇ ଦେଇଛନ୍ତି ନୀତିଶ, କିନ୍ତୁ ମେଂଟରେ ଫାଟ ସୃଷ୍ଟି ହୋଇ ସାରିଥିବା ଇସାରା ଦେଇସାରିଛନ୍ତି । ଏମିତି କି ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବି ସ୍ପଷ୍ଟ ଜଣାପଡିଛି । ସାରା ଦେଶରେ ଜାତି ଗତ ଜନଗଣନାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ବିଜେପି ସପକ୍ଷରେ ମତ ରଖିଛନ୍ତି ।

ତେଣୁ ବିଜେପି ଆଡକୁ ଏହି ବିହାରୀ ବାବୁ ଢଳିବା ନେଇ ରାଜନୈତିକ ମହଲରେ ଆଲୋଚନା କରାଯାଉଛି । ଆଉ ଏ ଚର୍ଚ୍ଚା ଅନେକ ପୂର୍ବରୁ ମଧ୍ୟ ହୋଇଥିଲା, ଯେତେବେଳେ ଜି-୨୦ସମ୍ମିଳନୀ ବେଳେ ରାତ୍ର ଭୋଜନରେ ଯୋଗ ଦେଇଥିଲେ ନୀତୀଶ । ତେବେ ସେ ଯାହା ବି ହେଉ ନୀତୀଶଙ୍କ ମାଇଣ୍ଡରେ କିଛି ନା କିଛି ଗେମ ଚାଲୁଥିବା କୁହାଯାଉଛି । ଅମ୍ୟପଟେ ଜେଡିୟୁର କମାଣ ବି ସେ ନିଜ ପାଖକୁ ନେଇ ସାରିଛନ୍ତି । ତେଣୁ ଏ ଚର୍ଚ୍ଚା ବି ହେଉଛି କି ଖୁବଶୀଘ୍ର ବିହାର ବିଧାନସଭା ବା ବିହାର ସରକାର ଭାଙ୍ଗିଯିବାର ସମ୍ଭାବନା ରହିଛି । ହୁଏତ ୨୨ ଜାନୁଆରୀ ପରେ ଏଭଳି ଚିତ୍ର ଦେଖିବାକୁ ମିଳିପାରେ ବୋଲି ଆକଳନ କରଛନ୍ତିି ରାଜନୈତିକ ବିଶାରଦ । ତେବେ ଆଗକୁ କଣ ପଦକ୍ଷେପ ନେଉଛନ୍ତି ନୀତୀଶ, ୨୨ ଜାନୁଆରୀ ପରେ କଣ ଚିତ୍ର ଆସୁଛି , ତାଉପରେ ସମସ୍ତଙ୍କ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com