Uncategorized

ମେଣ୍ଟ କେବଳ ନାମକୁ, ନୁହେଁ କାମକୁ… ଦେଖନ୍ତୁ ଏଭଳି ଚର୍ଚ୍ଚା କାହିଁକି?

ଲୋକସଭା ନିର୍ବାଚନ ପାଖେଇ ଆସୁଛି। ମୋଦି ସରକାରଙ୍କୁ ଚାଲେଞ୍ଜ ଦେବାକୁ ସମସ୍ତ ବିରୋଧୀ ଦଳ ଗୋଟିଏ ଛତା ତଳକୁ ଆସିଛନ୍ତି। ତେବେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟ ଭଳି ପରସ୍ଥିତି ବିରୋଧୀଙ୍କ ଆଇଏନଡିଆଇଏ ମେଣ୍ଟରେ। ତେଣୁ ମେଣ୍ଟରେ ଟେନସନ୍ ବଢ଼ୁଛି । ସିଟ୍ ବଣ୍ଟନ ଫର୍ମୁଲାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସହଯୋଗୀ ଦଳ ମୁହାଁମୁହିଁ ସ୍ଥିତିକୁ ଆସିଲେଣି ।

ମହାରାଷ୍ଟ୍ରରେ ସୋସିଆଲ୍ ମିଡିଆରେ ଖୁଲମଖୁଲା ଲଢ଼େଇ ହେଉଥିବା ଦେଖିବାକୁ ମିଳୁଛି । ଶିବସେନାର ଉଦ୍ଧବ ଗୋଷ୍ଠୀ ଓ କଂଗ୍ରେସ ନେତା ପରସ୍ପର ସହ ଲଢ଼ୁଥିବା ବେଳେ ପଶ୍ଚିମବଙ୍ଗରେ ଟିଏମସି ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅର୍ଥାତ୍ ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମ ଦଳ ସହ ସିଟ୍ ସେୟାରିଂ କରିବ ନାହିଁ ମମତାଙ୍କ ତୃଣମୂଳ କଂଗ୍ରେସ । ସେହିଭଳି ୟୁପିରେ ସମାଜବାଦୀ ପାର୍ଟି ତାର ଦବଦବା ରଖିବ ବୋଲି ସଂକେତ ଦେଇଛନ୍ତି ଅଖିଳେଶ ଯାଦବ ।

ବିରୋଧୀଙ୍କ ମେଣ୍ଟରେ ଆସନ ବୁଝାମଣା ପାଇଁ ଡିସେମ୍ବର ୩୧ ମଧ୍ୟରେ ସହମତି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ତେବେ ସିଟ୍ ସେୟାରିଂ କେଉଁ ଫର୍ମୁଲାରେ ହେବ ତାହା ସ୍ଥିର ହୋଇ ନାହିଁ। ପଞ୍ଜାବ, ଦିଲ୍ଲୀରୁ ନେଇ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ପର୍ଯ୍ୟନ୍ତି ସିଟ୍ ସେୟାରିଂକୁ ନେଇ ଲାଗି ରହିଛି ମତଭେଦ। ଇଣ୍ଡିଆ ମେଣ୍ଟରେ ଥିବା ଦଳର ସ୍ଥାନୀୟ ନେତା ପରସ୍ପର ବିରୋଧରେ ଲଢ଼ିବା ସ୍ଥିତିରେ ଅଛନ୍ତି।

ତେବେ ଦିଲ୍ଲୀରେ ହୋଇଥିବା ଇଣ୍ଡିଆ ମେଣ୍ଟର ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ, ରାଜ୍ୟସ୍ତରରେ ଆସନ ବୁଝାମଣା ଲାଗି ଚେଷ୍ଟା କରାଯିବ। ଦିଲ୍ଲୀ ଓ ପଞ୍ଜାବ ଭଳି ଯେଉଁ ରାଜ୍ୟରେ ସମସ୍ୟା ରହିଛି ତାହା ପରେ ଦେଖାଯିବ। ତେବେ ବିରୋଧୀ ମେଣ୍ଟ କି ନିଷ୍ପତ୍ତି ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

Related Articles

Back to top button
WP Twitter Auto Publish Powered By : XYZScripts.com