Uncategorizedଅନ୍ତର୍ଜାତୀୟଜାତୀୟ

ନୂଆବର୍ଷରେ ୮୦୦ କୋଟି ପାର କରିବ ଜନସଂଖ୍ୟା

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ପ୍ରତି ସେକେଣ୍ଡରେ ଜନ୍ମ ହେଉଛନ୍ତି ୪.୩ ଶିଶୁ । ମାନେ  ପ୍ରତି ମିନିଟରେ ଜନ୍ମଗ୍ରହଣ କରୁଛନ୍ତି ୨୫୮ ଶିଶୁ । ସେହିପରି ପ୍ରତି ସେକେଣ୍ଡରେ ୨ ଜଣ ପ୍ରାଣ ହରାଉଛନ୍ତି। ମାନେ ମିନିଟରେ ୧୨୦ ଜଣଙ୍କ ମୃତ୍ୟୁ ହେଉଛି । ଗତ ବର୍ଷକରେ ବିଶ୍ବ ଜନସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇଛି। ଏହି ସୂଚନା ଦେଇଛି ମେରିକା ସେନସସ୍‌ ବ୍ୟୁରୋ । ୨୦୨୪ ଜାନୁଆରୀ ୧ରେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ପାର୍‌ କରିବ ବୋଲି କୁହାଯାଇଛି ।

ଏବେ ଜନସଂଖ୍ୟାରେ ଭାରତ ଆଗରେ ରହିଛି। ଏହା ପଛକୁ ଚୀନ୍‌, ଆମେରିକା, ଇଣ୍ଡୋନେସିଆ, ପାକିସ୍ତାନ, ନାଇଜେରିଆ, ବ୍ରାଜିଲ, ବାଂଲାଦେଶ, ରୁଷ୍‌ ଏବଂ ମେକ୍ସିକୋ ରହିଛି।ଏହା ପୂର୍ବରୁ ସେପ୍ଟେମ୍ବର ୨୬ରେ ବିଶ୍ବ ଜନସଂଖ୍ୟା ୮୦୦ କୋଟି ପାର୍‌ ହୋଇଥିବା ନେଇ ମିଳିତ ଜାତିସଂଘ (ୟୁଏନ) ପକ୍ଷରୁ ଘୋଷଣା କରାଯାଇଥିଲା। ଏହାକୁ ନେଇ ଆମେରିକା ବ୍ୟୁରୋ ପକ୍ଷରୁ କୁହାଯାଇଛି ଯେ ଜାତିସଂଘ ତଥ୍ୟ ଏହାଠାରୁ ଭିନ୍ନ। କାରଣ କିଛି ଦେଶରେ ଜନ୍ମ ଏବଂ ମୃତ୍ୟୁହାର ଗଣନା ପାଇଁ ସଠିକ୍‌ ବ୍ୟବସ୍ଥା ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com