ଜାତୀୟ

ପତାକା ଦେଖାଇ ନୀଳଗିରିକୁ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ବର ଜିଲ୍ଲା ନୀଳଗିରିକୁ ଗଡ଼ିଲା ଯାତ୍ରୀବାହୀ ଟ୍ରେନ୍‌। ପତାକା ଦେଖାଇ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯାହାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଥିବା ବେଳେ ଅନେକ ଲୋକ ସେଠାରେ ଏକାଠି ହୋଇଛନ୍ତି । ନୀଳଗିରି ବ୍ଲକ୍‌ ଗୋପୀନାଥପୁର ଯାଏ ମାଲ୍‌ବାହୀ ଟ୍ରେନ୍‌ ଚାଲିବା ନେଇ ପୂର୍ବରୁ ରେଳଲାଇନ୍‌ ଥିଲା। ଫଳରେ ଉକ୍ତ ରେଳଲାଇନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିଲା।

ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଧାୟକ ଥିବା ବେଳେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ନୀଳଗିରି ଗୋପୀନାଥପୁର ନିକଟରେ ନଵ ନିର୍ମିତ ରେଳ ଷ୍ଟେସନରୁ ଗଡିବ ନୂତନ ଟ୍ରେନ। ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ଵର ଯିବା ଆସିବା କରିବ ଟ୍ରେନ୍ । ପରବର୍ତ୍ତି ପରର୍ଯ୍ୟାୟରେ ନୀଳଗିରି ରୁ ଭୁବନେଶ୍ୱର ଓ କଲିକତାକୁ ଟ୍ରେନ ଚଳାଚଳ ହେବ

Related Articles

Back to top button
WP Twitter Auto Publish Powered By : XYZScripts.com