ଜାତୀୟ

World Heritage Committeeeର ନେତୃତ୍ୱ ଏବଂ ଆୟୋଜନ ଦାୟିତ୍ୱ ତୁଲାଇବ ଭାରତ

ଚଳିତ ବର୍ଷ ନୂଆଦିଲ୍ଲୀରେ ଜୁଲାଇ ୨୧ରୁ ୩୧ ମଧ୍ୟରେ ହେବାକୁ ଥିବା World Heritage Committeeeର ନେତୃତ୍ୱ ଏବଂ ଆୟୋଜନ ଦାୟିତ୍ୱ ତୁଲାଇବ ଭାରତ । ଏନେଇ ୟୁନେସ୍କୋରେ ସ୍ଥିତ ସ୍ଥାୟୀ ପ୍ରତିନିଧି ବିଶାଳ ଭି. ଶର୍ମା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ଭାରତ ପାଇଁ ସାଂସ୍କୃତିକ ତଥା ପ୍ରାକୃତିକ ଐତିହ୍ୟ ସ୍ଥଳ ଗୁଡ଼ିକର ସଂରକ୍ଷଣ ପାଇଁ ସକ୍ରିୟ ସହଯୋଗ କରିବା ନେଇ ଭାରତକୁ ଏକ ସୁଯୋଗ ପ୍ରଦାନ କରିବ ।

୧୯୪୫ ନଭେମ୍ବର ୧୬ରେ UNESCOର ଗଠନ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି କଳା, ଶିକ୍ଷା, ବିଜ୍ଞାନ ଏବଂ ସଂସ୍କୃତିରେ ଆନ୍ତର୍ଜାତୀୟ ସହଯୋଗ ଦ୍ୱାରା ବିଶ୍ୱରେ ଶାନ୍ତି ଏବଂ ସୁରକ୍ଷା ପାଇଁ ପ୍ରୟାସ କରିବା । ପ୍ରଥମେ UNESCOରେ ୪୪ ଦେଶ ସାମିଲ ଥିଲେ ଏବଂ ସେହି ଦିନ ୩୭ ଦେଶ UNESCOର ସମ୍ବିଧାନରେ ହସ୍ତାକ୍ଷର କରିଥିଲେ ଯାହା ୧୯୪୬ ନଭେମ୍ବର ୪ରେ କାର୍ଯ୍ୟକାରୀ ହୋଇଥିଲା । UNESCOରେ ପ୍ରଥମ ସମ୍ମିଳନୀ ୧୯୪୬ରେ ନଭେମ୍ବର ୧୦ରୁ ଡିସେମ୍ବର ୧୦ ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ୩୦ଟି ଦେଶ ଅଂଶଗ୍ରହଣ କରିଥିଲେ । ଭାରତ ପ୍ରଥମରୁ UNESCOର ସଦସ୍ୟ ଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com