Breaking NewsFeaturedଭାଇରାଲ୍ ଭିଡିଓ

କାୟା ମେଲାଉଛି କରୋନାର ନୂଆ ଭ୍ୟାରିଏଣ୍ଟ । ପଜେଟିଭ ଚିହ୍ନଟ ହେଲେ ଗଭର୍ଣ୍ଣର ।

ଦେଶରେ ପୁଣି ଥରେ କାୟା ବିସ୍ତାର କଲାଣି କରୋନା । ଧୀରେ ଧୀରେ ବଢିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ଅନେକ ରାଜ୍ୟରେ ବର୍ତମାନ କରୋନାର ନୂଆ ଭ୍ୟାରିଏଂଟ ଦେଖିବାକୁ ମିଳୁଛିି । ଯେଉଁଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଗାଇଡଲାଇନ ମାନିବାକୁ ନିଦେ୍ର୍ଦଶ ଦିଆଯାଇଛି । ବିଶେଷ କରି କେରଳ, କର୍ଣ୍ଣାଟକ ଭଳି ଅନେକ ରାଜ୍ୟରେ ଏହି ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ରାଜ୍ୟପାଳ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

କର୍ନାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ତାଙ୍କୁ ବାସଭବନରେ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଆଗାମୀ ସୂଚନା ମିଳିବା ଯାଏ ସମସ୍ତ ପ୍ରକାର କାର୍ୟ୍ୟକ୍ରମରେ ସାମିଲ ହେବାକୁ ବନ୍ଦ କରି ଦିଆଯାଇଛି ବୋଲି ରାଜଭବନ ପକ୍ଷରୁ ବୟାନ ଜାରି କରାଯାଇଛି।କହିରଖୁଛୁ, କର୍ନାଟକରେ ଏବେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୧ ନୂଆ ସଂକ୍ରମଣ ମାମଲା ଆସିଛି। ଏହାପରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୧୨୨୨କୁ ବୃଦ୍ଧି ପାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com