ଅନ୍ତର୍ଜାତୀୟ
ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି
![](https://i0.wp.com/odia.mobilenews24x7.com/wp-content/uploads/2024/01/download-25.jpeg?resize=300%2C168&ssl=1)
ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପାଇଁ ଏକ ଖୁସି ଖବର ଆସିଛି। ସୂଦୂର ପୂର୍ବର ସବୁଠାରୁ ବଡ ସୁନା ଖଣି ଏଠାରେ ମିଳିଛି । ରୁଷିଆ ନିଜେ ସୁନା ଖଣିର ଆବିଷ୍କାରକୁ ନିଶ୍ଚିତ କରିଛି।
ଏହି ଖଣି ଇଷ୍ଟର୍ଣ୍ଣ ଫେଡେରାଲ ୟୁନିଟ କୋଟକାରେ ଅବସ୍ଥିତ। ରୁଷିଆ ଦାବି କରିଛି ଯେ ଏହି ଖଣିରେ ୧୦୦ଟନରୁ ଅଧିକ ସୁନା ଅଛି। ଏହାପୂର୍ବରୁ ସୌଦି ଆରବର ମକ୍କା ନିକଟରେ ସୁନା ଖଣି ମିଳିଥିଲା।ରିପୋର୍ଟ ଅନୁଯାୟୀ, ୧୯୯୧ରୁ ରୁଷିଆ ସର୍ବବୃହତ ସୁନା କ୍ଷେତ୍ର ଆବିଷ୍କାର କରିଛି।