Featuredଅନ୍ତର୍ଜାତୀୟ

୨୦୨୩ ନୁହେଁ ୨୦୧୫ ର ବଞ୍ଚିଛନ୍ତି ଏହି ଦେଶର ଲୋକେ, କାହିଁକି ୮ ବର୍ଷ ପଛରେ ଅଛି ଏହି ଦେଶ ?

ଭୁବନେଶ୍ୱର: : ଯଦି ଆପଣ ଭାବୁଛନ୍ତି ଯେ ସମଗ୍ର ବିଶ୍ୱରେ ୧୨ ମାସର ୧ ବର୍ଷ ହୁଏ ବୋଲି ତେବେ ଆପଣ ଭୁଲ୍ କରୁଛନ୍ତି । ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଗୋଟିଏ ବର୍ଷ ୧୨ ମାସ ନୁହେଁ ବରଂ ୧୩ ମାସ ଅଟେ। ଏହାର କାରଣ ହେଉଛି ଯେଉଁଠି ସମଗ୍ର ଦେଶରେ ୨୦୨୩ ଚାଲିଛି, କେବଳ ଏହି ଦଶରେ ୨୦୧୫ ବର୍ଷ ଚାଲିଛି।

ଏହି ଦେଶ ହେଉଛି ଇଥିଓପିଆ। ପ୍ରତି ୧୩ ମାସ ପରେ ନୂଆ ବର୍ଷ ଏଠାକୁ ଆସେ। ଏହାର କାରଣ କ’ଣ?ଏହାର କାରଣ ହେଉଛି ଯେ ଏହି ଦେଶ ଜୁଲିୟସ୍ କେସରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଜୁଲିୟାନ୍ କ୍ୟାଲେଣ୍ଡରକୁ ଅନୁସରଣ କରୁଥିବାବେଳେ ଅବଶିଷ୍ଟ ଦେଶ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଗ୍ରହଣ କରିଛନ୍ତି।

୧୫୮୨ ମସିହାରେ ପୋପ୍ ଗ୍ରେଗୋରୀ ଦ୍ୱାରା ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଆରମ୍ଭ ହୋଇଥିଲା। ସେ ଜୁଲିୟାନ୍ କ୍ୟାଲେଣ୍ଡରର ଉନ୍ନତି କରି ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ ଏବଂ ଜାନୁଆରୀ ୧ କୁ ନୂତନ ବର୍ଷର ପ୍ରଥମ ଦିନ ଭାବରେ ଘୋଷଣା କରିଥିଲେ । ଏହି କ୍ୟାଲେଣ୍ଡର ସମଗ୍ର ବିଶ୍ୱରେ ପ୍ରଯୁଜ୍ୟ । କିନ୍ତୁ ଇଥିଓପିଆ ଏହାକୁ ଗ୍ରହଣ କରିବାକୁ ମନା କଲା ଏବଂ ନିଜେ ପୁରୁଣା ଜୁଲିଆନ୍ କ୍ୟାଲେଣ୍ଡରକୁ କାର୍ଯ୍ୟକାରୀ କରିଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com