ଜାତୀୟ
ବରଗଡ଼ରେ ହୋଇଆସୁଥିବା ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ୧୧ ଦିନ ଧରି ଚାଲିବ

ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ। ବରଗଡ଼ରେ ହୋଇଆସୁଥିବା ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ୧୧ ଦିନ ଧରି ଚାଲିବ। ଚଳିତବର୍ଷ ୭୬ ବର୍ଷରେ ପଦାର୍ପଣ କରୁଛି ଏହି ମହୋତ୍ସବ।
ଏଥିପାଇଁ ସହରସାରା ଉଜ୍ଜ୍ବଳ ଆଲୋକମାଳାରେ ସଜ୍ଜିତ କରାଯାଇଛି। ପ୍ରଚାର ପ୍ରସାର କମିଟି ତରଫରୁ ଆୟୋଜିତ ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ପ୍ରାୟ ୨୦ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ।




