ଜାତୀୟରାଜନୀତି

ଇଡିରେ ହାଜର ହେବେ ରାହୁଲ, ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଚତୁର୍ଥ ଥର ପାଇଁ ଆଜି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ  । ନ୍ୟାଶନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ତିନି ଦିନ ପୂର୍ବରୁ ଜେରା କରିସାରିଛି ଇଡି  । ଯାହାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ବଦଲା ନେବ କଂଗ୍ରେସ  । କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ରାଜନୀତିକୁ ବିରୋଧ କରି କଂଗ୍ରେସ ଦେଶରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବ କହିଛି । ଏହା ସହ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବା ନେଇ ନିଷ୍ପତ୍ତି ନେଇଛି ଦଳ ।

ଗତ ଜୁନ ୧୩ ରୁ ଜୁନ ୧୫ ଯାଏଁ ରାହୁଲଙ୍କୁ ଜେରା କରିଥିଲା ଇଡି  । ଜୁନ ୧୭ରେ ରାହୁଲଙ୍କୁ ପୁଣି ସମନ କରିଥିଲା ଇଡି  । କିନ୍ତୁ ମା ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ଦର୍ଶାଇ ସେ ସମୟ ମାଗିଥିଲେ । ରାହୁଲଙ୍କୁ ଜେରା, ଅଗ୍ନିପଥ ଯୋଜନା ଓ କେନ୍ଦ୍ର ସରକାରର ପ୍ରତିଶୋଧ ରାଜନୀତିକୁ ବିରୋଧ କରି କଂଗ୍ରେସର ଲକ୍ଷଲକ୍ଷ କର୍ମକର୍ତ୍ତା ଦେଶରେ ଆଜି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବେ ।

କଂଗ୍ରେସ ନେତାଙ୍କ ଏକ ପ୍ରତିନିଧିମଣ୍ଡଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ବୋଲି ଟ୍ବିଟ କରି ଜଣାଇଛନ୍ତି କଂଗ୍ରେସ ମହାସଚିବ ଜୟରାମ ରମେଶ  । ରାହୁଲଙ୍କୁ ଜେରା ସମୟରେ ବିରୋଧ ପ୍ରଦର୍ଶନ ବେଳେ ଦିଲ୍ଲୀ ପୋଲିସ ସାଂସଦଙ୍କୁ ଦୁର୍ବ୍ୟବହାର କରିଥିବା ରାଷ୍ଟ୍ରପତିଙ୍କ ଦୃଷ୍ଟିଗୋଚର କରିବେ କଂଗ୍ରେସ ନେତା ।

ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟସଭାର ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ସାଂସଦ ଅଧିର ରଞ୍ଜନ ଚୌଧୁରୀ, ପି ଚିଦାମ୍ବରମ, କେସି ବେଣୁଗୋପାଳ ଓ ଜୟରାମ ରମେଶ ସାମିଲ ରହିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com