Breaking NewsFeaturedରାଜନୀତି

କାହିଁକି ମୋଦି –ଶାହ ମଣିପୁର ଯାଉନାହାନ୍ତି? କହ୍ନେୟା କୁମାର କହିଲେ ଏମିତି..

ରବିବାର ଠାରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ମଣିପୁରର ଇମ୍ଫାଲରୁ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ରାହୁଲ ଗାନ୍ଧି । ଏବେ ଏହା ନାଗାଲାମ୍ଡରେ ପହଂଚିଛି । ତେବେ ଯାତ୍ରାର ପ୍ରଥମ ଦିନରେ କଂଗ୍ରେସ ତରଫରୁ ହୋଇଥିବା ପ୍ରେସମିଟରେ ମୋଦିଙ୍କ ପୋଲ ଖୋଲିଛନ୍ତି ଅଗ୍ନିବର୍ଷୀ କହ୍ନେୟା କୁମାର । ପ୍ରଥମେ ନଜର ପକାନ୍ତୁ କଣ କହୁଛନ୍ତି ।

ଦୀର୍ଘଦିନ ଧରି ଅଶାନ୍ତ ହୋଇପଡିଛି ମଣିପୁର । ହିଂସାକାଣ୍ଡ ଯୋଗୁ ଶାନ୍ତି ଫେରୁ ନଥିବାରୁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ତେବେ ପ୍ରଦାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ମଣିପୁର କାହିଁକି ଯାଇନାହାନ୍ତି । ଏହା ହିଁ ବିରୋଧୀଙ୍କ ବଡ ମୁଦ୍ଦା ହୋଇଛି । ନଜର ପକାନ୍ତୁ ମଣିପୁରର ଯାତ୍ରା ଆରମ୍ଭ ନେଇ କଣ କହୁଛନ୍ତି କହ୍ନେୟା କୁମାର ।

ନ୍ୟାୟ ଯାତ୍ରା କୌଣସି ଦଳ ଭିତରେ ସିମୀତ ନୁହେଁ । ଯଦିଓ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିଛି କିନ୍ତୁ ଉଦେ୍ଦଶ୍ୟ ହେଉଛି ସାମଗ୍ରିକ ।  କାହିଁକି କରାଯାଉଛି ନ୍ୟାୟ ଯାତ୍ରା ।

ସ୍ୱଭାବିକ ଭାବେ ସାଧାରଣରେ ପ୍ରଶ୍ନ ଉଠୁଛି କି ଏହି ନ୍ୟାୟ ଯାତ୍ରାର ସଂପର୍କ ନିର୍ବାଚନ ସହ ରହିଛି କି ନାହିଁ । ତେବେ ଏ ନେଇ କଣ କହୁଛନ୍ତି କହ୍ନେୟା ଶୁଣନ୍ତୁ ।

ଏଥିସହ ମୋଦିଙ୍କ ପୋଲ ଖୋଲିବା ସହ ବର୍ଷିଛନ୍ତି ହେି ଅଗ୍ନିବର୍ଷୀ ନେତା ।

ତେବେ ସେ ଯାହା ହେଉ କଂଗ୍ରେସର ଏହି ନ୍ୟାୟ ଯାତ୍ରା ବେଳେ କହ୍ନେୟା କୁମାରଙ୍କ ଏହି ବୟାନ ରାଜନୈତିକ ମହଲକୁ ହୁଲସ୍ତୁଲ କରିଦେଇଛି । କିନ୍ତୁ ଏହାକୁ ଆଗକୁ କେମିତି କାଉଂଟର କରୁଛି ବିଜେପି ତାହା ଆଗକୁ ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com