ଜାତୀୟ

ଲ୍ୟାଣ୍ଡମାଇନ ବିସ୍ଫୋରଣ : ଜଣେ ଯବାନ ସହିଦ ଓ ୨ ଜଣ ଯବାନ ଆହତ

ଜମ୍ମୁ-କାଶ୍ମୀରର ନୌସେରା ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କାରଣରୁ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସକାଳ ୧୦.୩୦ରୁ ୧୧ଟା ସମୟ ଭିତରେ ଏହି ବିସ୍ଫୋରଣ ହୋଇଛି । ଯେତେବେଳେ ଏହି ବିସ୍ଫୋରଣ ହେଲା ସେତେବେଳେ ସେନାର ୩ ଯବାନ ନିୟମିତ ରୂପେ ଏଠାରେ ପହରା ଦେଉଥିଲେ ।ବିସ୍ଫୋରଣ ପରେ ତୁରନ୍ତ ଯବାନଙ୍କୁ ହେଲିକପ୍ଟର ଯୋଗେ ଉଧମପୁରର ସେନା ହସ୍ପିଟାଲକୁ ନିଆଯାଇଥିଲା । ଘଟଣାସ୍ଥଳରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଯବାନଙ୍କର ଚିକିତ୍ସା ଜାରି ରହିଛି । ତେବେ ସହିଦ ଯବାନଙ୍କ ବାବଦରେ ଅଧିକ ସୂଚନା ଏଯାଏଁ ମିଳିପାରିନାହିଁ । ଏହାପୂର୍ବରୁ ଗତବର୍ଷ ମଧ୍ୟ ଜମ୍ମୁର ରଜୌରୀ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଏକ ବିସ୍ଫୋରକ ଭର୍ତ୍ତି ସୁଡଙ୍ଗରେ ବିସ୍ଫୋରଣ ହୋଇଥିଲା । ଏଥିରେ ସେନାର ୨ ଯବାନ ଆହତ ହୋଇଥିଲେ ।

ଅନୁପ୍ରବେଶକାରୀଙ୍କୁ ଅଟକାଇବାକୁ ସୀମାବର୍ତ୍ତୀ ଅଞ୍ଚଳରେ ବାରୁଦ ଭର୍ତ୍ତି ସୁଡଙ୍ଗ ନିର୍ମାଣ ହୋଇଛି । କେବେ କେବେ ବର୍ଷା ଓ ଅନ୍ୟ ପ୍ରାକୃତିକ କାରଣରୁ ଏହାର ସ୍ଥିତି ବଦଳି ଯାଇଥାଏ । ଫଳରେ ଏଭଳି ଦୁର୍ଘଟଣାର ସାମ୍ନା କରିବାକୁ ପଡିଥାଏ । ତେଣୁ ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ବେଳେ ଅଧିକ ସର୍ତକତା ଅବଲମ୍ବନ କରିବାକୁ ସେନା ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com