ଜାତୀୟ

ନେତାଜୀଙ୍କୁ ଦେଶବାସୀ ଚିରକାଳ ମନେ ରଖିବେ:ରାଷ୍ଟ୍ରପତି

ସ୍ବାଧୀନତା ସଂଗ୍ରମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ଜନ୍ମ ବାର୍ଷିକୀ । ୧୨୭ ତମ ଜୟନ୍ତୀ ପାଳୁଛି ଦେଶ । ଆଜିର ପବିତ୍ର ଦିନରେ ତାଙ୍କ ଜନ୍ମ ଦିବସକୁ ସ୍ମରଣ କରୁଛନ୍ତି ଦେଶବାସୀ ।  ନେତାଜୀଙ୍କର ଜନ୍ମବାର୍ଷିକୀକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ଯାଏଁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ୍ କରି କହିଛନ୍ତି, “ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶବ୍ୟାପୀ ପରାକ୍ରମ ଦିବସ ରୂପେ ପାଳିତ ହେଉଛି । ଏ ଅବସରରେ ମୁଁ ନେତାଜୀଙ୍କୁ ସାଦର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି ।

ଭାରତକୁ ସ୍ଵାଧୀନ କରିବା ପାଇଁ ନେତାଜୀଙ୍କ ପ୍ରତିବଦ୍ଧତା ଅନନ୍ୟ ରହିଥିଲା । ତାଙ୍କର ଅଦମ୍ୟ ସାହସ ଓ ଅସାଧାରଣ ବ୍ୟକ୍ତିତ୍ୱ ଭାରତବାସୀଙ୍କୁ ଔପନିବେଶିକ ଶାସନ ବିରୁଦ୍ଧରେ ନିର୍ଭୀକ ଭାବେ ଲଢ଼ିବା ନିମନ୍ତେ ପ୍ରେରଣା ଯୋଗାଇଥିଲା । ତାଙ୍କ ଓଜସ୍ୱୀ ବ୍ୟକ୍ତିତ୍ଵ ଆମ ସ୍ଵାଧୀନତା ସଂଗ୍ରାମ ଉପରେ ଗଭୀର ପ୍ରଭାବ ପକାଇଥିଲା । ସମସ୍ତ ଦେଶବାସୀ କୃତଜ୍ଞତାପୂର୍ବକ ନେତାଜୀଙ୍କୁ ଚିରକାଳ ମନେ ରଖିବେ ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ପରାକ୍ରମ ଦିବସରେ ଭାରତୀୟଙ୍କୁ ଶୁଭେଚ୍ଛା। ଆଜି ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କ ଜୀବନୀ ଏବଂ ସାହସକୁ ସମ୍ମାନ ଜଣାଉଛି । ଦେଶ ସ୍ବାଧୀନତା ପାଇଁ ତାଙ୍କର ଅତୁଟ ସମର୍ପଣ ପ୍ରେରଣାଦାୟୀ ଅଟେ । “

Related Articles

Back to top button
WP Twitter Auto Publish Powered By : XYZScripts.com