ଜାତୀୟ

‘ଅପମାନିତ ଅନୁଭବ’ କରିଥିବା କହି ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କରିଦେଲେ ୯୦ ବର୍ଷୀୟା କିମ୍ବଦନ୍ତୀ ଗାୟିକା ସନ୍ଧ୍ୟା ମୁଖାର୍ଜୀ

ନୂଆଦିଲ୍ଲୀ: ଭେଟେରାନ ଗାୟିକା ସନ୍ଧ୍ୟା ମୁଖାର୍ଜୀ ମଙ୍ଗଳବାର ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ୯୦ ବର୍ଷ ବୟସ୍କା ଏହି ଭେଟେରାନ୍‌ ଗାୟିକାଙ୍କ ଝିଅ ସୌମି ସେନଗୁପ୍ତା କହିଛନ୍ତି ଯେ ତାଙ୍କ ମା’ଙ୍କୁ ଦିଲ୍ଲୀରୁ ବରିଷ୍ଠ କେନ୍ଦ୍ର ସରକାରୀ ଅଧିକାରୀମାନେ ଯେତେବେଳେ ଟେଲିଫୋନ୍‌ରେ ଯୋଗାଯୋଗ କରି ପଦ୍ମ ପୁରସ୍କାର ଗ୍ରହଣ ପାଇଁ ତାଙ୍କର ସମ୍ମତ୍ତି ଲୋଡ଼ିଥିଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ।

 

ସେ କହିଥିଲେ ଯେ ଏ ପରିଣତ ବୟସରେ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯିବା ଘଟଣାରେ ସେ ‘ଅପମାନିତ ଅନୁଭବ’ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଭେଟେରାନ ଗାୟିକା ସନ୍ଧ୍ୟା ମୁଖାର୍ଜୀଙ୍କ ପୂର୍ବରୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷୀୟାନ ରାଜନେତା ବୁଦ୍ଧଦେବ ଭଟ୍ଟାଚାର୍ଜୀ ମଧ୍ୟ ପଦ୍ମ ଭୂଷଣକୁ ଗ୍ରହଣ କରିବା ପାଇଁ ପ୍ରତ୍ୟାଖ୍ୟାନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com