Featuredଜାତୀୟ

ସମଲିଙ୍ଗୀ ବିବାହକୁ ନମିଳୁ ଆଇନଗତ ମାନ୍ୟତା

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପାଇଁ କୋର୍ଟରେ ଦାଏର ପିଟିସନକୁ କେନ୍ଦ୍ର ବିରୋଧ କରିଛି । ସମଲିଙ୍ଗୀ ସମ୍ପର୍କକୁ ସ୍ବୀକୃତି ଦେବାକୁ ଏକ ଦମ୍ପତି କୋର୍ଟରେ ପିଟିସନ ଦାଏର କରିଥିଲେ । ଏହି ଆବେଦନକୁ ନେଇ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗିଥିଲେ ସୁପ୍ରିମକୋର୍ଟ । ରବିବାର ସତ୍ୟପାଠ ଦାଖଲ କରି ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ସମଲିଙ୍ଗୀ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଭିନ୍ନ ବର୍ଗ । ଯାହାକୁ ସମାନ ଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଏକାଠି ରହୁଥିବା ସମଲିଙ୍ଗୀ ପାର୍ଟନରମାନେ ଅପରାଧ କରୁନାହାନ୍ତି ।

କିନ୍ତୁ ଏହା ଭାରତୀୟ ପରିବାର ସହିତ ସମାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ପରିବାରର ଅବଧାରଣା ସ୍ବାମି, ସ୍ତ୍ରୀ ଓ ତାଙ୍କଠାରୁ ଜନ୍ମିତ ଶିଶୁ ହୋଇଥାନ୍ତି । ମାତ୍ର ସମଲିଙ୍ଗୀ ପାର୍ଟନର ଏହା ସହିତ ସମାନ ହୋଇପାରିବେ ନାହିଁ ବୋଲି ୫୬ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ସରକାର ଉଲ୍ଲଖ କରିଛନ୍ତି । ଏହା ବ୍ୟତୀତ କେନ୍ଦ୍ର ନିଜ ସତ୍ୟପାଠରେ କହିଛନ୍ତି, ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରା ମୁତାବିକ ନୁହେଁ । ସତ୍ୟପାଠରେ ସମଜାର ବର୍ତ୍ତମାନ ସ୍ଥିତିର ମଧ୍ୟ ଉଲ୍ଲେଖ କରାଯାଇଛି । କେନ୍ଦ୍ର କହିଛି, ବର୍ତ୍ତମାନ ସମୟରେ ସମାଜରେ ଅନେକ ପ୍ରକାରର ବିବାହ ବା ସମ୍ବର୍କକୁ ଆପଣାଯାଉଛି । ଆମକୁ ଏହା ଉପରେ ଆପତ୍ତି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com