Breaking NewsFeaturedରାଜନୀତି

ପ୍ରଧାନମନ୍ତ୍ରୀ ଦୌଡରେ ନାହାନ୍ତି ଅରବିନ୍ଦ

ମୁମ୍ବାଇରେ ବିରୋଧୀ ମେଂଟ ଆଇଏନଡିଆଇଏ ବୈଠକ ହେବାକୁ ଯାଉଛି । ଦୁଇ ଦିନ ଧରି ଏହି ବୈଠକ ବସିବ । ଗୁରୁବାର ଅର୍ଥାତ ଆଜି ସନ୍ଧ୍ୟାରେ ଅନଔପଚାରିକ ଭାବେ ଆଇଏନଡିଆଇଏ ମେଂଟ ବୈଠକ କରିବେ । ସେପ୍ଟେମ୍ବର ୧ ଅର୍ଥାତ ଶୁକ୍ରବାର ଔପଚାରିକ ଭାବେ ବୈଠକ ହେବ । ଏହି ବୈଠକରେ ଆଇଏନଡିଆଇଏ ମେଂଟର ଲୋଗ ଉନ୍ମୋଚନ ହେବା ସହ କୋଡିନେସନ ସଦସ୍ୟଙ୍କ ନାମ ଘୋଷଣା ହୋଇପାରେ । ହେଲେ ଏହା ପୂର୍ବରୁ ବିରୋଧୀ ଦଳରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେନେଇ ଆରମ୍ଭ ହୋଇଯାଇଛି ଆଲେଚନା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ ବୋଲି ଦାବି କରିଥିଲେ ଆପ ପ୍ରବକ୍ତା ପ୍ରିୟଙ୍କା କକ୍କର । ସେହିପରି ଦିଲ୍ଲୀ ଆବାହକ ଗୋପାଳ ରାୟ ମଧ୍ୟ କେଜ୍ରିୱାଲ ପ୍ରଧାନମନ୍ତୀ ହୁଅନ୍ତୁ ବୋଲି ଦାବି କରିଥିଲେ । ବଶୁଣନ୍ତୁ କଣ କହୁଛନ୍ତି ପ୍ରିୟଙ୍କା
ବାଇଟ-ପ୍ରିୟଙ୍କା କକ୍କର

ପ୍ରିୟଙ୍କାଙ୍କ ଏଭଳି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରୁ ସ୍ପଷ୍ଟିକରଣ ଦେଇଛି ଆମ ଆଦମୀ ପାର୍ଟି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ହେବା ଦୌଡରେ ନାହାନ୍ତି ବୋଲି କହିଛନ୍ତି ଆପ ସାଂସଦ ରାଘବ ଚଢା । ଦଳୀୟ କର୍ମୀଙ୍କ କଥାକୁ ସେ ଖଣ୍ଡନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ପଦ ପାଇଁ ଆମ ଆଦମି ପାର୍ଟି ଆଇଏନଡିଆଇଏ ମେଂଟରେ ଯୋଗ ଦେଇନାହିଁ । ଦେଶର ହିତ ପାଇଁ ଆପ ଏବଂ ଅରବିନ୍ଦ କେଜ୍ରିୱାଲ ଆଇଏନଡିଆଇଏ ମେଂଟରେ ମିସିଛନ୍ତି । ଦେଶରେ ବେରୋଜଗାରୀ ହଟେଇବା ଏବଂ କୃଷକ ମାନଙ୍କ ସମସ୍ୟା ବୁଝିବା ଆଦି ତମାମ ଦିଗକୁ ନେଇ ଆମେ ଆଇଏନଡିଆଇଏ ମେଂଟରେ ଯୋଗ ଦେଇଛୁ ବୋଲି କହିଛନ୍ତି ଆପ ସାଂସଦ ରାଘବ ଚଢା । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ହେବା ପାଇଁ ଆଇଏନଡିଆଇଏ ମେଂଟରେ ଅନେକ ଚେହେରା ଅଛନ୍ତି । ହେଲେ ଏନଡିଏ ପାଖରେ ମୋଦୀଙ୍କୁ ଛାଡି ଦେଲେ ଆଉ କିଏ ଅଛି ବୋଲି ପ୍ରଶ୍ନ କରିଛନ୍ତି ରାଗବ । ସେ କହିଛନ୍ତି ବିଜେପି ଏବଂ ଏନଡିଏରେ କେହି ଅଛନ୍ତି ଯିଏ କହି ପାରିବେ ଯେ ମୋଦିଙ୍କୁ ଛାଡି ନିତିନ ଗଡକରୀ, ଯୋଗୀ ଆଦିତ୍ୟନାଥ କିମ୍ବା ଚିରାଗ ପାସୱାନ କିମ୍ବା ଦଳର ଅନ୍ୟ କେହି ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୁଅନ୍ତୁ । କେହି ଏଭଳି କହିପାରିବେନାହିଁ ।

ସେହିପରି ଏନେଇ ଶିବସେନା ୟୁବିଟି ନେତା ଉଦ୍ଧବ ଠାକରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ସେ କହିଛନ୍ତି ଆଇଏନଡିଆଇଏ ପାଖରେ ଅନେକ ପ୍ରଧାନମନ୍ତ୍ରୀ ଚେହେରା ଅଛନ୍ତି । ହେଲେ ଏନଡିଏ ପାଖରେ ମୋଦିଙ୍କୁ ଛାଡିଦେଲେ ଆଉ କିଏ ଅଛି ବୋଲି ପ୍ରଶ୍ନ କରିଥିଲେ ଉଦ୍ଧବ । ଏହା ସହ ସେ କହିଥିଲେ ଆପଣ କର୍ଣ୍ଣାଟକର ଅବସ୍ଥା ଦେଖିଲେ । ସେମାନେ ବଜରଙ୍ଗବଲିଙ୍କୁ ଆଣିବାକୁ ଚାହୁଁଥିଲେ ହେଲେ ଦେବତା ବି ତାଙ୍କୁ ଆର୍ଶୀବାଦ ଦେଲେନି । ବିଜେପିକୁ ବ୍ରିଟିଶ ସହ ତୁଳନା କରି ଉଦ୍ଧବ କହିଥିଲେ ଆମେ ବିକାଶ ଚାହୁଁ, ତା ସହ ସ୍ୱାଧୀନତା ମଧ୍ୟ ଚାହୁଁ ।

Related Articles

Back to top button
WP Twitter Auto Publish Powered By : XYZScripts.com