ଜାତୀୟ

ରାହୁଲ କହିଲେ ,ଷ୍ଟୋଭରେ କୋଇଲା ରଖି ଜଳାଯାଏ

ରାହୁଲଙ୍କ ଯାତ୍ରା ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାହୁଲ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ କହୁଛନ୍ତି, ସକାଳେ ଉଠି, ଚା ଗରମ କରିବା ପାଇଁ ଷ୍ଟୋଭ୍‌ରେ କୋଇଲା ରଖି, ଏହାକୁ ଜଳା ଯାଏ । ଏହି ୧୩ ସେକେଣ୍ଡର ଭିଡିଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ରାହୁଲ ବର୍ତ୍ତମାନ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସାମରୁ ସାରି ପଶ୍ଚିମବଙ୍ଗରେ ପହଁଞ୍ଚିଛସନ୍ତି ରାହୁଲ । ଏହି ଭିଡିଓକୁ ସମାଲୋଚନା କରି ହିମନ୍ତ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କୋଇଲା ଉପରେ ଲେଖିଛନ୍ତି ଷ୍ଟୋଭରେ କୋଇଲା? ଆପଣ ଷ୍ଟୋଭ୍‌ରେ କୋଇଲା ରଖି ଆମକୁ ଦ୍ୱନ୍ଦ୍ୱରେ ପକାଇଛନ୍ତି ଆଳୁରୁ ସୁନା ତିଆରି କରିବାର କଳ୍ପନା ଆମେ ଏଥିରୁ ପାଇବୁ ବୋଧେ ।

ରାହୁଲ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ସେ ସାମରିକ ନିଯୁକ୍ତିର ଏହି ଯୋଜନା ସମ୍ପର୍କରେ ଭାଜପାକୁ କଡ଼ା ସମାଲୋଚନା କରି ପୂର୍ବ ପ୍ରକ୍ରିୟା ଅନୁଯାୟୀ ନିଯୁକ୍ତି ଦିଆଯାଇଥିବା ୧.୫ ଲକ୍ଷ ଯୁବବର୍ଗ ବର୍ତ୍ତମାନ ବେକାର ଏବଂ ନିରାଶ ହୋଇଛନ୍ତି ।

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ କିଛି ଯୁବକଙ୍କ ସହ କଥାବାର୍ତ୍ତା କରି ୟୁଟ୍ୟୁବରେ ସେ ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ ସେହି ଯୁବକମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଯେଉଁମାନେ ପୂର୍ବ ନିଯୁକ୍ତି ପ୍ରକ୍ରିୟାରେ ଅନୁମୋଦନ ପାଇବା ପରେ ମଧ୍ୟ ନିଯୁକ୍ତ ହୋଇ ନ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com