ଓଡ଼ିଶା

ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜବତ ହୋଇଛି ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ, ୪୭୧.୮୬ ଗ୍ରାମ୍ ଡ୍ରଗ୍ସ ମଧ୍ୟ ଜବତ

ଭୁବନେଶ୍ବର() ରାଜ୍ୟରେ ଜବତ ହୋଇଛି ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଏହି ମଦ ଜବତ ହୋଇଛି । ଜାନୁୟାରୀ ୧୯ ତାରିଖରୁ ଫେବୃଆରୀ ୬ ତାରିଖ ମଧ୍ୟରେ ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ ଜବତ ହୋଇଛି। ଏନେଇ ପୋଲିସ ଡିଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି।

ଅନ୍ୟପଟେ ୨୭ଟି ବେଆଇନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । ଏହାସହ ୪୭୧.୮୬ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ ହୋଇଛି । ୧୪୯୨ ଜଣଙ୍କ ନାମରେ ୱାରେଣ୍ଟ ଜାରି କରାଯାଇଛି ବୋଲି ପୋଲିସ ଡିଜି ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com