Breaking NewsFeaturedରାଜନୀତି

Junior ମୋଦି ହେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ କହିଲେ ଲୋକେ

ସାମ୍ନାକୁ ଆସିଲେ ଜୁନିୟର ମୋଦି । ଖାଲି ସାମ୍ନାକୁ ଆସିନାହାନ୍ତି ସେ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସେ ମଧ୍ୟ ବିଜେପିର ଲୋକପ୍ରିୟ ଯୁବନେତା । ତାଙ୍କ ନାମ ହେଉଛି ଅନ୍ନାମଲାଇ କୁପୁସାମି ଏବଂ ଘର ହେଉଛି ତାମିଲନାଡୁରେ । ଲୋକମାନେ ସ୍ନେହରେ ତାଙ୍କୁ କେବଳ ଆନ୍ନାମଲାଇ ବୋଲି ଡାକନ୍ତି । ଆନ୍ନାମଲାଇ ଜଣେ କୃଷକ ପରିବାରରୁ ଆସିଛନ୍ତି । ସେ ଭାରତର ସବୁଠାରୁ ପ୍ରସିଦ୍ଧ ପରିଚାଳନା ପ୍ରତିଷ୍ଠାନ ଆଇଆଇଏମରେ ଅଧ୍ୟୟନ କରିଥିଲେ। ସେ ପଢିବା ସମୟରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ।

ଏହା ପରେ ସେ ୟୁପିଏସସି ପରୀକ୍ଷା ଦେଇଥିଲେ ଏବଂ ଆଇପିଏସ ହୋଇଥିଲେ । ସମ୍ପ୍ରତି ଆନ୍ନାମଲାଇ କିଓ୍ବାର୍ଡ ସୋସିଆଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂରେ ରହିଛି। ଆନ୍ନାମଲାଇ କିୱାର୍ଡ ସହିତ ଏପର୍ୟ୍ୟ ନ୍ତ ୪୫ହଜାର ପୋଷ୍ଟ କରାଯାଇଛି । ଏହି ପୋଷ୍ଟଗୁଡିକରେ ଲୋକମାନେ ତାଙ୍କୁ ଜୁନିଅର ମୋଦି ବୋଲି କହୁଛନ୍ତି । ଏହି ପୋଷ୍ଟଗୁଡିକରେ ଏହା ମଧ୍ୟ କୁହାଯାଇଛି ଯେ, ଆନ୍ନାମଲାଇ ତାମିଲନାଡୁର ପରବର୍ତ୍ତୀ ସିଏମ ହେବେ। ଭାଇରାଲ ହେଉଥିବା ଏଜ ଭିଡିଓରେ ଆନ୍ନାମଲାଇ ଗରିବ ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ସେମାନଙ୍କ ହାତରୁ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି । ସମସ୍ତ ପୋଷ୍ଟରେ ଆନ୍ନାମଲାଇଙ୍କୁ ବହୁତ ପ୍ରଶଂସା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com