ଜାତୀୟରାଜନୀତି

ଆରମ୍ଭ ହେଲା କଂଗ୍ରେସର ଭାରତ ଯୋଡୋ ଯାତ୍ରା

ନୂଆଦିଲ୍ଲୀ ; ୦୭/୦୯ ଆଜିଠୁ ଆରମ୍ଭ ହେଉଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଏହି ଯାତ୍ରା । ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସର ଏହି ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ କରିବେ । କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁୱନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦ, ନାନ୍ଦେଡ, ଜଲଗା, ଇନ୍ଦୋର, କୋଟା, ଦୌସା, ଅଲଓ୍ୱର, ବୁଲନ୍ଦଶହର, ଦିଲ୍ଲୀ, ଅମ୍ବାଲା, ପଠାନକୋଟ, ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ । କନ୍ୟାକୁମାରୀରେ ଅପରାହ୍ନ ୫ଟାରେ ଏକ ସଭାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ଭାରତ ଯୋଡ଼ୋ ଯାତ୍ରା ବିଧିବଦ୍ଧ ଭାବେ ଆରମ୍ଭ କରାଯିବ । ଯାତ୍ରାରେ କଂଗ୍ରେସ ଦଳୀୟ ପତାକା ବଦଳରେ ତ୍ରିରଙ୍ଗା ନେଇ ଯାତ୍ରା କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com