ଇନ୍ଦିରା ଗାନ୍ଧିଙ୍କ ବେଳରେ କାହିଁକି ଆସିଥିଲା ବ୍ଲାକ୍ ବଜେଟ୍ ଦେଖନ୍ତୁ

ଫି’ ବର୍ଷ ଆସୁଛି ବଜେଟ୍। ସଂସଦରେ ଉପସ୍ଥାପିତ ହେଉଛି। ଏହି କ୍ରମରେ ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ, ଯିଏ କି, ୨୦୧୯ ଜୁଲାଇରୁ ୫ ପୂର୍ଣ୍ଣକାଳୀନ ବାର୍ଷିକ ବଜେଟ୍ ଉପସ୍ଥାପନ କରିସାରିଛନ୍ତି। ଆଗାମୀ ସପ୍ତାହରେ ସେ ଲୋକସଭା ନିର୍ବାଚନ ଯୋଗୁ ଆନ୍ତରୀଣ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଅତୀତରେ ଦେଶର ଅନେକ ବଜେଟ୍କୁ ରୋଚକ ଆଖ୍ୟା ଦିଆଯାଇଛି। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏପରି ଏକ ବଜେଟ୍ ଉପସ୍ଥାପନା କରାଯାଇଥିଲା ଯାହା ବ୍ଲାକ ବଜେଟ୍ ବା କଳା ବଜେଟ୍ ଭାବରେ ଜଣାଶୁଣା। ତେବେ କଣ ଏହି ବ୍ଲାକ୍ ବଜେଟ୍? କାହିଁକି କୁହାଯାଏ ଏଭଳି ଆସନ୍ତୁ ନଜର ପକାଇବା…
୧୯୭୩-୭୪ବର୍ଷର ବଜେଟ୍ ବ୍ଲାକ୍ ବଜେଟ ଭାବରେ ଜଣାଶୁଣା। ୧୯୭୩ ଫେବୃଆରୀ ୨୮କୁ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶଓ୍ବନ୍ତରାଓ ବି ଚୱନ ଏହି ବଜେଟ୍କୁ ସଂସଦରେ ଉପସ୍ଥାପନ କରିଥିଲେ। ଏହିବର୍ଷ ରାଜକୋଷକୁ ୫୫୦କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। ଏପରିକି ସେହିବର୍ଷ ଦେଶ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଥିଲା। ଖରାପ ପାଣିପାଗ ବ୍ୟତୀତ ୧୯୭୧ରେ ହୋଇଥିବା ବାଂଲାଦେଶ ଯୁଦ୍ଧ କାରଣରୁ ଦେଶର ଅର୍ଥନୈତିକ ଅବସ୍ଥା ଭୁଷୁଡି ପଡିଥିଲା। ସରକାର ରାଜକୋଷର ଆୟ ବଢେଇବା ପାଇଁ କୋଇଲା ଖାନା, ବିଭିନ୍ନ ବୀମା କମ୍ପାନୀ ଓ ଇଣ୍ଡିଆନ କପର କର୍ପୋରେଶନର ରାଷ୍ଟ୍ରୀୟକରଣ କରିବା ପାଇଁ ଘୋଷଣା କରିଥିଲେ। ଏଥିପାଇଁ ସରକାର ପ୍ରାୟ ୫୬କୋଟି ଟଙ୍କାର ପ୍ରାବଧାନ କରିଥିଲେ। ତେଣୁ ଏହି ବଜେଟ୍କୁ ବ୍ଲାକ୍ ବଜେଟ୍ କୁହାଯାଏ। ଯାହା ସବୁଦିନ ପାଇଁ ଭାରତୀୟ ଇତିହାର ସାକ୍ଷୀ ହୋଇ ରହିଗଲା।