Breaking NewsFeaturedଓଡ଼ିଶାଜାତୀୟ

ଶବ୍ଦ ଓ ବାୟୁ ପ୍ରଦୂଷଣ ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଇନ, ଫୁଟିବନି ବାଣ

ସାରା ଦେଶରେ ବାୟୁ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି । ଯାହାକୁ ନଜରରେ ରଖି ବାଣ ଫୁଟାଇବା ଉପରେ କଟକଣା ଲାଗୁ କରିଛନ୍ତି ସୁପ୍ରିମ କୋର୍ଟ । ବିଶେଷକରି ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏତେ ଭୟଙ୍କର ହୋଇଛି ଯେ, ଲୋକେ ଘରୁ ବାହାରିବାକୁ ଡରୁୁଛନ୍ତି । ଏଭଳି ସ୍ଥିତିରେ ସେଠାରେ ବାଣ ଫୁଟାଇବାକୁ ସୁପ୍ରିମ କୋର୍ଟ ସମ୍ପୂର୍ଣ୍ଣ ମନା କରିଛନ୍ତି ।

ସେହିପରି ଦେଶର ପ୍ରାୟ ସବୁ ରାଜ୍ୟରେ ବାୟୁର ମାନ ଖରାପ ରହିଛି । ତେଣୁ ଦିଲ୍ଲୀ ପାଇଁ ବାଣ ଫୁଟିବା ନେଇ ଜାରି ହୋଇଥିବା କଟକଣା ସାରା ଦେଶରେ ଲାଗୁ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ରାଜସ୍ଥାନ ସରକାରଙ୍କ ବାଣ କଟକଣା ସମ୍ପର୍କୀତ ଏକ ପିଟିସନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏଥିଲାଗି କୌଣସି ନୂଆ ରାୟ ଦେବାର ଆବଶ୍ୟକତା ନାହିଁ ।

ଦିଲ୍ଲୀ-ଏନସିଆର ପାଇଁ ଦିଆଯାଇଥିବା ରାୟ ସାରା ଦେଶରେ ଲାଗୁ ହେବ । ସେହିଭଳି ବେରିୟମ ଓ ଅନ୍ୟ ନିଷିଦ୍ଧ ରସାୟନ ମିଶ୍ରିତ ବାଣ ଉପରେ କଟକଣା ରହିବ । ତେବେ ବାଣ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇନାହିଁ । କେବଳ ଏହି ନିୟମ ଯେ ପାର୍ବଣ ଋତୁରେ କାର୍ଯ୍ୟକାରୀ ହେବ ତା ନୁହେଁ, ବରଂ ଏହାର ପରବର୍ତ୍ତୀ ସମୟରେ ବି ଏହି ନିୟମ ପାଳନ କରାଯିବ । ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଏହି ନିହାତି ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com