Breaking NewsFeaturedରାଜନୀତି

ଇଭିଏମରେ ରହିଛି ଗମ୍ଭୀର ସମସ୍ୟା: ସାମ ପିଟ୍ରୋଡା

ନିର୍ବାଚନ ପରେ ଅର୍ଥାତ ଫଳାଫଳ ଆସିବା ପରେ ସବୁବେଳେ ଗୋଟିଏ ଚର୍ଚ୍ଚା କି ଇଭିଏମରେ ହେଉଛି ହେରଫେର । ଯାହା ସପକ୍ଷରେ ଜନମତ ଯାଇଥିବ, ତାର ବିପକ୍ଷ ଦଳ ପକ୍ଷରୁ ଆସେ ଏଭଳି ଅଭିଯୋଗ । ତେବେ ଏହା ନୁଆ ନୁହେଁ । ୫ରାଜ୍ୟର ସଦ୍ୟ ନିର୍ବାଚନ ଶେଷ ପରେ ଏମିତି ବି ଅଭିଯୋଗ ଆଣିଥିଲା କଂଗ୍ରେସ । ମଧ୍ୟପ୍ରଦେଶରୁ ଆସିଥିଲା ଏଭଳି ସାଂଘାତିକ ଅଭିଯୋଗ । ସରକାର ଗଠନ ପରେ ଇଭିଏମକୁ ନେଇ ମୁଣ୍ଡ ଟେକିଥିଲା ବିବାଦ । ଯାହାକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପାଖାପାଖି ୫୦ଓକିଲ । ଇଲେକ୍ଟ୍ରୋନିକ ଭୋଟିଂ ମେସିନର ରେଜଲ୍ଟ ଇନଭାଲିଡ ଦର୍ଶାଇ ିର୍ବାଚନ ଆୟୋଗଙ୍କୁ ଟାଣିଛନ୍ତି କାଠଗଡାକୁ । ସେହିପରି କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ସହ ଜେ ଆଣ୍ଡ କେର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକି ଅବଦୁଲ୍ଲା ମଧ୍ୟ ସମାନ ଅଭିଯୋଗ ଆଣିିଛନ୍ତି । ଯାହାକୁ ସମର୍ଥନ କରିଛନ୍ତି ବିଶିଷ୍ଟ ଉଦ୍ୟେଗପତି ତଥା ରାଜନିତିଜ୍ଞ ସାମ ପିଟ୍ରୋଡା । ଶୁଣନ୍ତୁ କଣ କହୁଛନ୍ତି ସେ ।

ତେବେ ଇଭିଏମର ଜାଲିଆତି ପ୍ରସଙ୍ଗକ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସର ସାମ ପିଟ୍ରୋଡା । ଏହା ଏକ ଗମ୍ଭୀର ସମସ୍ୟା ବୋଲି ସେ କହିଛନ୍ତି । ତେଣୁ ଆଗକୁ ଆସୁଛି ୨୦୨୪ ନିର୍ବାଚନ । ଏହିସମୟରେ ଇଭିଏମ ନା ବାଲାଟ ପେପରେ ଇଲେକ୍ସନ ଲଢାଯିବ, ସେନେଇ ଚର୍ଚ୍ଚା ଜୋର । ଏସବୁ ଭିତରେ ବିଭିନ୍ନ ରାଜନୈତିକ ଦଳର ଆଭିମୁଖ୍ୟ କଣ ରହୁଛି ତା ଉପରେ ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com