Breaking NewsFeaturedରାଜନୀତି

ଜାତୀୟ ଅଧ୍ୟକ୍ଷଙ୍କ ଆଗମନରେ ବଦଳିବ କି ଓଡିଶା କଂଗ୍ରେସର ଭାଗ୍ୟ?

ଆଜି ଆସୁଛନ୍ତି କଂଗ୍ରେସର ଲକି ପ୍ରେସିଡେଂଟ ମଲ୍ଲିକାର୍ଜୁନ ଖଡଗେ । ଏଥିପାଇଁ ପୁରା ପ୍ରସ୍ତୁତ ଓଡିଶା କଂଗ୍ରେସ । ଜାତୀୟ ଅଧ୍ୟକ୍ଷଙ୍କୁ ସ୍ୱାଗତ କରିବା ପାଇଁ ପୁରାପୁରି ତେୟାର କଂଗ୍ରେସ କର୍ମୀ । କାରଣ ଦୀର୍ଘଦିନର ପ୍ରତୀକ୍ଷା ପରେ କେହି ନେତୃମଣ୍ଡଳୀ ଆସୁଛନ୍ତି ଓଡିଶା । ତେବେ ଏଠାରେ ବଡ ପ୍ରଶ୍ନ ପ୍ରଭାରୀ ବଦଳିବା ପରେ ପରେ ଅଧ୍ୟକ୍ଷଙ୍କ ଗସ୍ତ ଓଡିଶା କଂଗ୍ରେସକୁ ଲାଭ ପହଂଚାଇବ ତ । ବଦଳିବ କି ରାଜନୈତିକ ସ୍ଥିତି ।

କାହିଁକି ନା ଅନେକ ରାଜ୍ୟରେ ଖଡଗେ କଂଗ୍ରେସର ଅନଃକନ୍ଦଳ ଓ ସମସ୍ୟା ସମାଧାନ କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଓଡିଶା ପାଇଁ ଖଡଗେଙ୍କୁ ଦେବାକୁ ପଡିବ ଅଗ୍ନୀପରୀକ୍ଷା । ଏବେ ଏହି ଚର୍ଚ୍ଚା ଜୋର । କାହିଁକି ନା ଦୀର୍ଘବର୍ଷ ଧରି ଏଠାରେ ଶାସନ କରି ଆସୁଛି ଗୋଟେ ଆଂଚଳିକ ଦଳ । ସେପଟେ ବିଜେପି ଜାତୀୟ ସ୍ତରରୁ ଓଡିଶା ପର୍ଯ୍ୟନ୍ତ ଏକ ପ୍ରମୁଖ ପ୍ରତିଦ୍ୱନ୍ଦୀ ହୋଇ ରହିଛି । ଏହାରି ଭିତରେ ନିଜର ଦଳର ସ୍ଥିତି ଓଡିଶାରେ କିଭଳି ରହିଛି, ତାହା ବେଶ ଅବଗତ ଅଛନ୍ତି ଖଡଗେ । ଏସମସ୍ତ ଦୃଷ୍ଟିରୁ ସୂଚାରୁରୂପେ ପରିଚାଳନା କରିବା ସହିତ ରଣନୀତି କଣ କରିବେ ତାହା ଉପରେ ସମସ୍ତହ୍କ ନଜର । ଏବେ ଆସନ୍ତୁ ନଜର ପକାଇବା କଣ ରହିଛି ଓଡିଶାର ସ୍ଥିତି ।

ନିକଟରେ ବଦଳିଛନ୍ତି ପ୍ରଭାରୀ । ହଟିଛନ୍ତି ଚେଲା କୁମାର । ଆସିଛନ୍ତି ଅଜୟ କୁମାର । ତେବେ ପ୍ରଭାରୀ ବଦଳିବା ପଛରେ କଣ କାରଣ ତାକୁ ନେଇ ଯାହା ଚର୍ଚ୍ଚା ହୋଇଆସୁଛି ସେ ସବୁ ହେଲା ଦୀର୍ଘ ସମୟ ଧରି ପ୍ରଭାରୀ ରହିଥିଲେ ମଧ୍ୟ କୌଣସି କେନ୍ଦ୍ରୀୟ ନେତାଙ୍କୁ ଓଡିଶା ଆଣି ପାରିନଥିଲେ ଚେଲାକୁମାର । ଲୋକଙ୍କୁ ପ୍ରଭାବିତ ବା ଆକୃଷ୍ଟ କଲା ଭଳି କରିନଥିଲେ ସେମିତି କିଛି ଆଖିଦୃଶିଆ ସଭା ସମିତି । ରାଜ୍ୟ ଦଳକୁ ସୁଦୃଢ କରିବାରେ ନଥିଲା ତାଙ୍କର ବିଶେଷ ଭୂମିକା । ସେହିପରି ଶାସକ ଦଳକୁ ଚେକ୍ ଦେବା ସହ କାଉଂଟର କରିବା ପାଇଁ ସେମିତି କିଛି ପ୍ରସଙ୍ଗକୁ ମୁଦ୍ଦା କରିନଥିଲେ ଚେଲ୍ଲା । ଏଥିସହ ଅନ୍ୟ ଦଳ ପ୍ରତି ବି ଦେଖିବାକୁ ମିଳଥିଲା ନରମ ଆଭିମୁଖ୍ୟ । କେନ୍ଦ୍ର ଓ ରାଜ୍ୟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଲେ ସେମିତି ଗୁରୁତ୍ୱ ଦେଇ ନାହିଁ ଓଡିଶା କଂଗ୍ରେସ ।

ଆଉ ଏହି ସବୁ ସମସ୍ୟା ଏବେ ବି ଦଳ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି । ଯାହାକୁ ସଜାଡିବ ପ୍ରୟାସ କରିବେ ଖଡଗେ । ଏବଂ ଦେବେ ଗୁରୁମନ୍ତ୍ର । ସେପଟେ ଜାତୀ୍ୟ ଅଧ୍ୟକ୍ଷଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରୁ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିବ ଦଳ । ପରେ ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଂଚାଓ ସମାବେଶରେ ଯୋଗଦେବେ ଖଡଗେ । ଯେଉଁଥିରେ ସାମିଲ ହେବେ ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରର ନେତୃମଣ୍ଡଳୀ । ତେବେ ସମାବେଶ ସରିବା ପରେ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଖଡଗେଙ୍କ ପରେ ପରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ରାଜ୍ୟ ବିଜେପି ଚଳାଇଛି ପ୍ରସ୍ତୁତି । ତେବେ ଖଡଗେ କଣ ଚମକ ଦେଖାଉଛନ୍ତି ତାଉପରେ ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com