ରାଜନୀତି
ବିହାରର ରାଜନୈତିକ ହାଇଡ୍ରାମାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ
![](https://i0.wp.com/odia.mobilenews24x7.com/wp-content/uploads/2024/01/bihar-political-rift-live-updates-jdu-rjd-in-huddle-amid-buzz-over-nitish-kumars-bjp-return-2538129-1x1-1.webp?resize=476%2C470&ssl=1)
ବିହାରର ରାଜନୈତିକ ହାଇଡ୍ରାମାକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପଲଟୁମାର ନୀତିକୁ ନେଇ ସମାଲୋଚନା କରୁଛନ୍ତି ବରିଷ୍ଠ ରାଜେନତାମାନେ ।
ତେବେ ଇଣ୍ଡିଆ ଗଠବନ୍ଧନରେ ମୁଖ୍ୟ ପୁରୋଧାଭାବେ ଆଗକୁ ବାହାରିଥିବା ନୀତିଶଙ୍କ ପଛଘୁଞ୍ଚା ଏବଂ ଏନଡିଏକୁ ସମର୍ଥନ ସମାଲୋଚନାର ମୁଖ୍ୟ କାରଣ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ନୀତିଶ କୁମାରଙ୍କୁ ଥଟ୍ଟା କରି ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।