ଜାତୀୟ

GST ଟ୍ୟାକ୍ସ ସ୍ଲାବରେ ହେବ ବଡ଼ ପରିବର୍ତ୍ତନ, ୫% ସ୍ଲାବକୁ ବଢାଇ ୮% କରିବେ ସରକାର

ନୂଆଦିଲ୍ଲୀ() ମହଙ୍ଗା ମୋର୍ଚ୍ଚାରେ ସାଧାରଣ ଜନତାଙ୍କ ପାଇଁ ନିରାଶଜନକ ଖବର। ଜିଏସଟିର ସବୁଠୁ କମ ସ୍ଲାବରେ ସରକାର ଟ୍ୟାକ୍ସ ବୃଦ୍ଧି କରି ପାରନ୍ତି। ପିଟିଆଇର ସୂଚନା ଅନୁଯାୟୀ, ଜିଏସଟି ପରିଷଦ ନିଜର ପରବର୍ତ୍ତୀ ବୈଠକରେ ସବୁଠୁ କମ ଟ୍ୟାକ୍ସ ସ୍ଲାବକୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କମ କରି ପାରନ୍ତି।

ରାଜ୍ୟର ଅର୍ଥ ମନ୍ତ୍ରୀମାନଙ୍କ ଏକ କମିଟି ଚଳିତ ମାସ ଶେଷ ସୁଦ୍ଧା ନିଜର ରିପୋର୍ଟ ଜିଏସଟି ପରିଷଦକୁ ଦେଇ ପାରନ୍ତି। ଏଥିରେ ସବୁଠୁ କମ ସ୍ଲାବକୁ ବଢାଇବା ଏବଂ ସ୍ଲାବକୁ ତର୍କ ସଙ୍ଗତ କରିବା ସହିତ ରାଜସ୍ଵ କେମିତି ବଢିବ ସେହି ଦିଗରେ କେଉଁ କେଉଁ ପଦକ୍ଷେପ ନେବା ଦରକାର ତା ଉପରେ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଜିଏସଟିର ଚାରୋଟି ସ୍ଲାବ ରହିଛି। ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ।

ଏଜେନ୍ସି ଅନୁଯାୟୀ, ଟ୍ୟାକ୍ସ ସ୍ଲାବ୍‌କୁ ୫ ପ୍ରତିଶତରୁ ବଢାଇ ୮ ପ୍ରତିଶତ କରାଯିବ। ଏହା ଜରିଆରେ ଅତିରିକ୍ତ ୧.୫୦ ଲକ୍ଷ କୋଟି ବାର୍ଷିକ ରାଜସ୍ଵ ପ୍ରାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିସଂଖ୍ୟାନ ଅନୁଯାୟୀ, ଗୋଟିଏ ପ୍ରତିଶତ ବୃଦ୍ଧି ଘଟିଲେ ବାର୍ଷିକ ୫୦ ହଜାର କୋଟି ଟଙ୍କାର ରାଜସ୍ଵ ମିଳିଥାଏ। ଏଥିରେ ମୁଖ୍ୟତଃ ପ୍ୟାକେଜ୍ ଖାଦ୍ୟ ପଦାର୍ଥ ସାମିଲ୍। ଏହା ବ୍ୟତୀତ ଜିଏସଟି ପରିଷଦ ତିନି ସ୍ତରୀୟ ସ୍ଲାବ କରିବାକୁ ଚାହୁଁଛନ୍ତି। ଏମିତି ହେଲେ ଦେଶରେ ତିନୋଟି ୮ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବ ରହିବ।

ଯଦି ପ୍ରସ୍ତାବ କାର୍ଯ୍ୟକାରୀ କରାଯାଏ ତେବେ ବସ୍ତୁ ଏବଂ ସେବା ଉପରେ ବର୍ତ୍ତମାନ ଲାଗୁଥିବା ୧୨ ପ୍ରତିଶତ ଟ୍ୟାକ୍ସ ୧୮ ପ୍ରତିଶତ ଟ୍ୟାକ୍ସରେ ସାମିଲ୍ ହୋଇଯିବ। ଏହା ବ୍ୟତୀତ ମନ୍ତ୍ରୀ ଗୋଷ୍ଠୀ ବିଭିନ୍ନ ଟ୍ୟାକ୍ସ ସ୍ଲାବ ଆଧାରରେ ଅନ୍ୟ ବସ୍ତୁକୁ ସାମିଲ୍ କରି ପାରନ୍ତି। ଏହା ବ୍ୟତୀତ ମନ୍ତ୍ରୀ ସମୂହ ଜିଏସଟିରୁ ରିହାତି ମିଳୁଥିବା ବସ୍ତୁଙ୍କ ସଂଖ୍ୟା କମ କରିବାକୁ ମଧ୍ୟ ପ୍ରସ୍ତାବ ଦେଇ ପାରନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com