ଜାତୀୟ

ଦିଲ୍ଲୀ ପରେ ଏବେ ଏହି ରାଜ୍ୟରେ ବି ଶସ୍ତା ହେବ ମଦ, ଗ୍ରାହକଙ୍କୁ ଦରରେ ମିଳିବ ୩୦ରୁ ୬୦ ପ୍ରତିଶତ ଡିସ୍କାଉଣ୍ଟ

ଚଣ୍ଡିଗଡ଼: ଆଜିକାଲି ଦିଲ୍ଲୀରେ ମଦ ବହୁତ ଶସ୍ତାରେ ବିକ୍ରି ହେଉଛି। ଏପରିକି କେତେକ ବ୍ରାଣ୍ଡରେ ଗୋଟିଏ ବୋତଲ ସହ ଆଉ ଗୋଟିଏ ବୋତଲ ବି ଫ୍ରି ଦିଆଯାଉଛି। ତେବେ କେବଳ ଦିଲ୍ଲୀ ନୁହେଁ ଏବେ ଆଉ ଏକ ରାଜ୍ୟ ମଧ୍ୟ ମଦ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛି। ଏଣୁ ଦିଲ୍ଲୀ ଭଳି ସେଠାରେ ମଧ୍ୟ ମଦ ଶସ୍ତା ହେବାକୁ ଯାଉଛି। ଉଲ୍ଲେଖ ଯୋଗ୍ୟ ଯେ ପଞ୍ଜାବ ସରକାର ଗୁରୁବାର ରାଜ୍ୟରେ ନୂଆ ଆବକାରୀ ନୀତି ଲାଗୁ କରିଦେଇଛନ୍ତି। ଏଣୁ ପୂର୍ବାପେକ୍ଷା ମଦ ଅଧିକ ଶସ୍ତାରେ ମିଳିବ।

ଏବେ ପଞ୍ଜାବରେ ମଦ ୩୦ରୁ ୬୦ ପ୍ରତିଶତ ଶସ୍ତା ହୋଇଯିବ। ଏଥି ପାଇଁ ପଞ୍ଜାବ ସରକାର ଏକ୍ସାଇଜ ନୀତିରେ ସଂଶୋଧନକୁ ମଞ୍ଜୁର କରିଛନ୍ତି। ଏଣୁ ଏବେ  ପଞ୍ଜାବରେ ହରିୟାଣା ଓ ଚଣ୍ଡିଗଡ଼ ଦରରେ ମଦ ମିଳିପାରିବ। ଏକ୍ସାଇଜ ଡ୍ୟୁଟିକୁ ୩୫୦ ପ୍ରତିଶତରୁ ହ୍ରାସ କରି ୧୫୦ ପ୍ରତିଶତ କରିଦିଆଯାଇଛି। ଫଳରେ ହରିୟାଣାର ମଦ ଦରଠାରୁ ମଧ୍ୟ ପଞ୍ଜାବରେ ୧୦ରୁ ୧୫ ପ୍ରତିଶତ ଶସ୍ତା ହେବ।

କୁହାଯାଉଛି କେନ୍ଦ୍ର ଶାସିତ ଚଣ୍ଡିଗଡ଼ ପଞ୍ଜାବ ହାତରେ ରହିଛି। ଏଣୁ ଏଠାରେ ପଞ୍ଜାବ ତୁଳନାରେ ଶସ୍ତାରେ ମଦ ମିଳେ। ଶସ୍ତା ଯୋଗୁ ପଞ୍ଜାବର ଲୋକେ ଚଣ୍ଡିଗଡରୁ ମଦ କିଣିଥାନ୍ତି। ଏଣୁ ପଞ୍ଜାବ ସରକାରକୁ ରାଜସ୍ୱ ହାନୀ ସହିବାକୁ ପଡୁଥିଲା।   ପଞ୍ଜାବ ସରକାର ଏବେ ଏକ୍ସାଇଜ ଡ୍ୟୁଟି ହ୍ରାସ କରି ରାଜ୍ୟରେ ଲିକର ଶସ୍ତା କରିଦେଇଛନ୍ତି। ଅବକାରୀ ନୀତି ସଂଶୋଧନ ପରେ ପଞ୍ଜାବରେ ୧୮୦ରୁ ୨୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବିୟର ଏବେ ୧୨୦ରୁ ୧୩୦ ଟଙ୍କାରେ ମିଳିପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com