ଓଡ଼ିଶା
ରାଜ୍ୟକୁ ପୁଣି ଫେରିଛି ଚିଟଫଣ୍ଡ ତାତି
ରାଜ୍ୟକୁ ପୁଣି ଫେରିଛି ଚିଟଫଣ୍ଡ ତାତି । ଦୀର୍ଘ ୧୧ ବର୍ଷ ଧରି ଜମାଟଙ୍କା ଫେରିପାଇବାକୁ ଅପେକ୍ଷା କରିଛନ୍ତି ଜମାକାରୀ । ହେଲେ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ କେବଳ ତଦନ୍ତ ଆଳରେ କେବେ କେବେ ଚଢାଉ କରି ଜମାକାରୀଙ୍କୁ ଭରଶା ଦେବାକୁ ଚେଷ୍ଟା କରିଛନ୍ତି ।
କିଛି ଦୋଷୀ ଜେଲଦଣ୍ଡ ଭୋଗି ଫେରିସାରିଥିବା ବେଳେ କିଛି ଅଭିଯୁକ୍ତଙ୍କୁ ଏବେ ବି ଖୋଜୁଛି ଆଇନ । ଏହି କ୍ରମରେ ଆଜି ଭୁବନେଶ୍ୱର, ଛତ୍ରପୁର, ଦିଗପହଣ୍ଡି ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ କରିଛି ଇଡି ।