ଜାତୀୟ
ପଶ୍ଚିମବଙ୍ଗ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି

ପଶ୍ଚିମବଙ୍ଗ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ମିମି ତାଙ୍କର ଇସ୍ତଫା ପତ୍ର ପାର୍ଟିର ମୁଖ୍ୟ ମମତା ବାନାର୍ଜୀଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ଇସ୍ତଫା ନେଇ କାରଣ ଦର୍ଶାଇଛନ୍ତି ମିମି । ସେ କହିଛନ୍ତି କି, ସେ ଯେଉଁ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସେଠିକାର ଦଳୀୟ କର୍ମୀଙ୍କୁ ନେଇ ସେ ଖୁସି ନାହାଁନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ମିମି ଯାଦବପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।