Breaking NewsFeaturedରାଜନୀତି

ଓଡିଶା କଂଗ୍ରେସ କରିଛି ସର୍ଭେ । ପ୍ରାୟ ୭୦ଟିକେଟ ଫାଇନାଲ ।

ପାଖେଇ ଆସିଲାଣି ୨୦୨୪ ସାଧାରଣ ନିର୍ବାଚନ । ଏନେଇ ସରଗରମ ରାଜ୍ୟ ରାଜନୀତି । ସଜବାଜ ହେଲେଣି ରାଜ୍ୟର ୩ପ୍ରମୁଖ ଦଳ । ଏହାରି ଭିତରେ ଅଂଟା ଭିଡିଲାଣି ରାଜ୍ୟ କଂଗ୍ରେସ । କାରଣ ନୂଆ ପ୍ରଭାରୀ ଜୋଶ୍ ଭରିବା ପରେ ଉତ୍ସାହିତ ହୋଇପଡିଛନ୍ତି କଂଗ୍ରେସ ନେତା । ପ୍ରାର୍ଥୀ ଚୟନ ନେଇ କସରତ ଆରମ୍ଭ କରିଛି ଦଳ । ଏହି ସମୟରେ ଏକ ବଡ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତାରା କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ୬୦ରୁ ୭୦ ଟିକେଟ ଫାଇନାଲ ହୋଇସାରିଛି । ୯ ଜଣ ବିଧାୟକଙ୍କୁ ଟିକେଟ ମିଳିବା ନିଶ୍ଚିତ ହୋଇଛି । ସବୁଠୁ ବଡ କଥା ହେଉଛି, ୨୦୨୪ ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରୀରେ କଂଗ୍ରେସ ଆଗୁଆ ଟିକେଟ ଦେବ ବୋଲି କହିଛନ୍ତି ତାରା ବାହିନୀପତି ।

୨୦୨୪ ନିର୍ବାଚନ ପୂର୍ବରୁ ଆସନ୍ତା ଫେବ୍ରୁଆରୀରେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସର ଅନେକ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ଆସିବେ । ଭାରତ ଯୋଡ ନ୍ୟାୟ ଯାତ୍ରାରେ କଂଗ୍ରେସର ହେଭିୱେଟ ଚେହେରା ଓଡ଼ିଶା ଆସିବେ । ଗତ ନିର୍ବାଚନରେ ଅନେକ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ କମ ଭୋଟରେ ପରାଜିତ ହୋଇଥିଲେ । ତେଣୁ ଏଥର ସର୍ଭେ ଅନୁଯାୟୀ ଟିକେଟ ବଣ୍ଟନ ହେବ ବୋଲି କହିଛନ୍ତି ତାରା । ଏହାସହ ନିର୍ବାଚନ ପୂର୍ବରୁ ଅନେକ ବଡ ଚେହେରା କଂଗ୍ରେସର ହାତ ଧରିବେ । ଏନେଇ ଅନେକ ନେତା ଯୋଗାଯୋଗରେ ଥିବା କହିଛନ୍ତି ତାରା । ତାରାଙ୍କ ଏହି ବୟାନ ସୂଚାଉଛି, ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ ଆକ୍ଟିଭମୋଡକୁ ଆସିଛି କଂଗ୍ରେସ । ୨୦୨୪ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ ।

Related Articles

Back to top button
WP Twitter Auto Publish Powered By : XYZScripts.com