ଓଡ଼ିଶା

ମହାବିନାୟକ ଶୈବ ପୀଠରେ ନିରାଡ଼ମ୍ବର ମହାଶିବରାତ୍ରି ପାଳିତ, ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଚଣ୍ଡିଖୋଲ() ଆଜି ପବିତ୍ର ମହାଶିବରାତ୍ରି । ସମସ୍ତ ଶୈବ ପୀଠ ଭକ୍ତି ମୟ ହୋଇପଡିଛି । ଯାଜପୁର ଜିଲ୍ଲା ପ୍ରସିଦ୍ଧ ମହାବିନାୟକ ଶୈବ ପୀଠରେ ମହାଶିବରାତ୍ରି ନିରାଡ଼ମ୍ବର ପାଳିତ ହେଉଛି ।

କରୋନା କଟକଣା କୋହଳ ହେବା ପରେ ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ମନ୍ଦିର ଦର୍ଶନ ପାଇ ଅନୁମତି ମିଳିଛି । ଆଜି ଦେବ ଦେବଙ୍କ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚନା ଚାଲୁ ରହିଛି । ସକାଳ ସମୟରୁ ପ୍ରଭୁଙ୍କ ମଙ୍ଗଳା ଆଳତୀ, ଅଭିଷେକ, ବାଲ୍ୟ ଭୋଗ, ରୁଦ୍ରାଭିଷେକ, ନୀତିକାନ୍ତିରେ ପୂଜାର୍ଚନା ଚାଲୁ ରହିଥିବା ବେଳେ ରାତି ୧୨. ୧୦ରେ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । କୌଣସି ମିନାବଜାର କି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିନଥିବା ବେଳେ କେବଳ ଶ୍ରର୍ଦ୍ଧାଳୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରଦ୍ଧାଳୁ ମାନେ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com