ବାଣିଜ୍ୟ

ଆକ୍ସନ ମୋଡ଼ରେ ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର, ୧୨/୦୮/୨୦୨୨-   ଆକ୍ସନ ମୋଡ଼ରେ ଭୁବନେଶ୍ୱର ମହାନଗର ନିଗମ । ପରିମଳ ଓ ସ୍ଵଚ୍ଛତା ବଜାୟ ରଖିବାକୁ ବାରମ୍ବାର ତାଗିଦ ସତ୍ତ୍ୱେ ଏଥିରେ ଖିଲାପ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ ହସ୍ପିଟାଲ ଛକ ନିକଟରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି । ଡ୍ରେନ ଜବର ଦଖଲ, ବେନିୟମ ହୋର୍ଡିଂ ଓ ପୋଷ୍ଟର ସବୁ ହଟାଯାଇ ବହୁ ବ୍ୟବସାୟୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି । ଡଷ୍ଟବିନ ବ୍ୟବହାର ନକରି ବାହାରେ ପକାଇଥିବା ଅଳିଆକୁ ସଫେଇ କର୍ମଚାରୀଙ୍କ ଜରିଆରେ ପୁଣି ସମ୍ପୃକ୍ତ ବ୍ୟକ୍ତି ତଥା ବ୍ୟବସାୟିକ ପ୍ରତିଷ୍ଠାନ ଭିତରେ ବିଏମସି ପକ୍ଷରୁ ପକାଯାଇଥିଲା । ଲୋକେ ସଚେତନ ନହେଲେ ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଏମସି କମିଶନର ସ୍ପଷ୍ଟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com