ରାଜନୀତି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଗୃହ ମନ୍ତ୍ରଣାଳୟର ପାରାମିଲିଟାରୀ ଫୋର୍ସ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦିଆଯାଇଛି।

ଆଇବିର ଥ୍ରେଡ ପରସେପ୍ସନ ରିପୋର୍ଟ ଆଧାରରେ ସିଆରପିଏଫର ଏହି ଜେଡ ପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି। ସିଆରପିଏଫର ମୋଟ ୫୮ କମାଣ୍ଡୋ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୨୪ ଘଣ୍ଟା ସୁରକ୍ଷା ଯୋଗାଇବ। କଂଗ୍ରେସ ଅଧ୍ୟକ୍ଷଙ୍କୁ ସାରା ଦେଶରେ ଜେଡ ପ୍ଲସ ବର୍ଗ ସୁରକ୍ଷା ପ୍ରଦାନ କରାଯିବ।

Related Articles

Back to top button