ଓଡ଼ିଶା
ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର
![](https://i0.wp.com/odia.mobilenews24x7.com/wp-content/uploads/2024/02/bmc-asks-political-parties-1280x720-1.jpg?resize=780%2C470&ssl=1)
ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର। ଏହା ସହ କାନ୍ଥ ଲେଖା ବି ଲିଭାଯିବ। ଏନେଇ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ ।
ତେବେ ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ତେବେ ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି । ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିସନର କୁଲାଙ୍ଗେ ସୂଚନା ଦେଇଛନ୍ତି ।