ଓଡ଼ିଶା

କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର

କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର। ଏଣିକି ଖାଲି ଏପ୍ରିଲ ମାସର ଅକ୍ଷୟ ତୃତୀୟା କି ସେପ୍ଟମ୍ବର ମାସର ନୂଆଖାଇରେ ନୁହେଁ ଯେ କୌଣସି ମୁହୁର୍ତରେ ସରକାର ଚାହିଁଲେ ହିତାଧିକାରୀଙ୍କୁ ଦେଇପାରିବେ କାଳିଆ ସହାୟତା।

ତେଣୁ କ୍ୟାବିନେଟ ନିଷ୍ପତିରୁ ଯାହା ସଂଙ୍କେତ ମିଳୁଛି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିବେ ସରକାର। ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କ ଆକାଉଂଟକୁ କାଳିଆ ଟଙ୍କା ଆସିପାରେ।

Related Articles

Back to top button