ଜାତୀୟ
ଭାରତୀୟ ତଟରକ୍ଷୀ ବାହିନୀ ତଥା ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ
ଭାରତୀୟ ତଟରକ୍ଷୀ ବାହିନୀ ତଥା ଇଣ୍ଡିଆନ୍ କୋଷ୍ଟ ଗାର୍ଡରେ ମହିଳାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।
ମହିଳାମାନଙ୍କୁ ଆପଣ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ନଚେତ ଆମେ ଏଥିପାଇଁ ନିର୍ଦ୍ଦେଶ ଜାରି କରିବକୁ ବୋଲି କେନ୍ଦ୍ରକୁ କଡା ଭାଷାରେ କହିଛନ୍ତି ସୁପ୍ରିମକୋର୍ଟ। ସ୍ଥାୟୀ ନିଯୁକ୍ତ ଦାବିରେ ତଟରକ୍ଷୀ ବାହିନୀର ଜଣେ ମହିଳା ଅଧିକାରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କେନ୍ଦ୍ର ଉପରେ ବର୍ଷିଥିଲେ।