ଅନ୍ୟାନ୍ୟ

ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ +୨ ଉତ୍ତର ଖାତା

ଭୁବନେଶ୍ୱର, ୨୬/୧୦/୨୦୨୨-  ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ମଧ୍ୟରେ ଉତ୍ତରଖାତା ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ । ପରୀକ୍ଷା ଖାତା ମୂଲ୍ୟାୟନରେ ଅଧିକ ସ୍ଵଚ୍ଛତା ଆଣିବା ପାଇଁ ଗଣ ଶିକ୍ଷା ବିଭାଗ ଏଭଳି ପ୍ରୟାସ କରିଛି । ଏଣିକି +୨ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଅପ୍‌ଲୋଡ ହେବ ।ସହ ଅନ୍‌ଲାଇନରେ ଦେଖିହେବ । ଏହାଦ୍ୱାରା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାରେ କେଉଁ ପ୍ରଶ୍ନ ଲାଗି କେତେ ମାର୍କ ପାଇଛନ୍ତି ତାହା ସିଧାସଳଖ ଜାଣିପାରିବେ ।

ଫଳରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ କମ୍ ମାର୍କ ମିଳିଥିବା ନେଇ ଯେଉଁ ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡୁ ଥିଲେ ସେହି ସମସ୍ୟାର ସମାଧାନ ହେବ । ଏହି ବ୍ୟବସ୍ଥା ଲାଗୁ ହେବା ଦ୍ଵାରା ଏହା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ପାଇଁ ପରୀକ୍ଷା ସମ୍ବନ୍ଧୀୟ ଆପତ୍ତି ଅଭିଯୋଗର ସଂଖ୍ୟା କମ କରିବ । ଏଥିପାଇଁ ପ୍ରତ୍ୟେକ କଲେଜକୁ ଏକ ସ୍ୱତନ୍ତ୍ର ଆଇଡି ପାସ୍ ୱାର୍ଡ ଦିଆଯିବ । ସେହି ପାସୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କର ଉତ୍ତରଖାତା ଦେଖିପାରିବେ । ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ କରିବାକୁ ଯୋଜନା ହୋଇଥିଲେ ହେଁ କରୋନା ଲାଗି ଗତ ୨ବର୍ଷ ହେବ ଲାଗୁ ହୋଇପାରି ନଥିଲା । ଏବେ ଏହାକୁ ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com