ରାଜନୀତି

ରୋଚକ ସ୍ଥିତିରେ ଧାମନଗର ଗଣିତ । ବିଜେପି ମୁହାଁ ପୂର୍ବତନ ବିଜେଡି ବିଧାୟକ ।

୨୦୨୨ ଉପନିର୍ବାଚନରେ ହୁଲସ୍ତୁଲ ହୋଇଥିଲା ଓଡିଶା ରାଜନୀତି । କାରଣ ଟିକେଟ ନମିଳିବାରୁ ଧାମନଗରରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିଥିଲେ ପୂର୍ବତନ ବିଜେଡି ବିଧାୟକ । ଯେଉଁଥିପାଇଁ ବଡ ପରାଜୟର ସମ୍ମୁଖୀନ ହୋଇଥିଲା ଶାସକ ବିଜେଡି । ଆଉ ଏବେ ପଦ୍ମ ଗାଡିଆକୁ ଡେଇଁ ବିଧିବଦ୍ଧ ଗେରୁଆ ହେବାକୁ ଯାଉଛନ୍ତି ଧାମନଗରର ଏହି ଟାଣୁଆ ନେତା ରାଜୁ ଦାସ ଓରଫ ରାଜେନ୍ଦ୍ର ଦାସ । ସୋମବାର ବିଜେପି ଶିବିରରେ ଯୋଗଦେବା ନେଇ ନିଶ୍ଚିତ କରିଛନ୍ତି । ତେବେ ପ୍ରଥମେ ଦେଖିନେବା ଆସନ୍ତୁ ଧାମନଗରର କେମିତି ରହିଥିଲା ଭୋଟ ଫଳାଫଳ, ।

୨୦୦୯- ବିଜେଡିର ରାଜେନ୍ଦ୍ର ଦାସ ଓ ବିଜେପିର ବିଷ୍ଣୁଚରଣ ସେଠୀଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ଆଉ ସେଥିରେ ରାଜୁ ଦାସଙ୍କୁ ମିଳିଥିଲା ୩୮.୭୮ପ୍ରତିଶତ ଭୋଟ ଓ ବିଷ୍ଣୁ ସେଠୀଙ୍କୁ ମିଳିଥିଲା ୩୪.୮୨ ପ୍ରତିଶତ ଭୋଟ । ଫଳରେ ଜିତ ହାସଲ କରି ବିଧାୟକ ହୋଇଥିଲେ ରାଜୁ ଦାସ ।
ସେହିପରି ୨୦୧୪ କଥା ଦେଖିଲେ ରାଜୁ ଦାସଙ୍କୁ ଟିକେଟ ଦେଇନଥିଲା ବିଜେଡି । ମୁକ୍ତିକାନ୍ତ ମଣ୍ଡଳ ହୋଇଥିଲେ ବିଜେଡି ପ୍ରାର୍ଥୀ । ଯିଏ କି ବିଷ୍ଣୁଙ୍କୁ ପରାସ୍ତ କରି ହୋଇଥିଲେ ବିଜୟ । ନଜର ପକାନ୍ତୁ ଭୋଟ ବ୍ୟଧାନ ଉପରେ । ସେପଟେ ୨୦୧୯ କଥା ଦେଖିଲେ ବିଜେପିର ବିଷ୍ଣୁ ସେଠୀ ଓ ରାଜେନ୍ଦ୍ର ଦାସଙ୍କ ମଧ୍ୟରେ ପୁଣି କଡା ଟକ୍କର ଦେଖିବାକୁ ମିଳିଥିଲା । ଆଉ ସେଥର ବାଜି ମାରିନେଇଥିଲେ ବିଷ୍ଣୁ ସେଠୀ । ନଜର ପକାନ୍ତୁ କେତେ ଥିଲା ଭୋଟ ବ୍ୟବଧାନ । ତେବେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ୨୦୨୨ରେ ଅନୁଷ୍ଠିତ ହୋଇଥିଲା ଧାମନଗର ଉପନିର୍ବାଚନ । ହେଲେ ଏଥିରେ ବିଜେଡି ରାଜୁ ଦାସଙ୍କୁ ଟିକେଟ ନ ଦେଇ ଅବନ୍ତି ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଫଳରେ ରାଜୁଙ୍କ ନିର୍ବାଚନ ଲଢିବା ଆଶା ଧୂଳିସାତ ହୋଇଥିଲା । ଯେୁଁଥିପାଇଁ ସ୍ୱାଧୀନ ଭାବେ ଲଢିଥିଲେ ରାଜୁ । ଫଳରେ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ହଇଚଇ । ଆୁ ଏହାପରେ ଅକ୍ଟୋବର ୧୯ତାରିଖରେ ଦଳ ତାଙ୍କୁ ବିଧିବଦ୍ଧ ଭାବେ ବହିଷ୍କାର କରିଥିଲା। ହେଲେ ଉପନିର୍ବାଚନରେ ବିଜେପି ସ୍ୱର୍ଗତ ବିଷ୍ଣୁସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ କରି ହାତେଇ ଥିଲା ଏହି ଆସନ । ଆଉ ସେତେବେଳେ ଭୋଟ ବ୍ୟବଧାନ ଥିଲା ୧୦ହଜାର । ଅର୍ଥାତ ପୂର୍ବରୁ ୫ହଜାର ବ୍ୟବଧାନ ବଢିଯାଇଥିଲା ଉପନିର୍ବାଚନରେ । ନଜର ପକାନ୍ତୁ…

ରାଜେନ୍ଦ୍ର ଦାସ ବିଜେପିରେ ଯୋଗଦେବା ନିଷ୍ପତ୍ତି ରାଜନୈତିକ ଦୃଶ୍ୟପଟରେ ଏକ ରୋଚକ ମୋଡ଼ ଆଣିଥିବା ବେଳେ ଆଗାମୀ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ନିର୍ବାଚନ ମଣ୍ଡଳୀରେ ନିଜର ଗଡ଼ ବଜାୟ ରଖିବା ପାଇଁ ବିଜେଡି ସାମ୍ନାରେ ଚ୍ୟାଲେଞ୍ଜ ରହିଥିବା ବେଳେ ବିଜେପି ଆଗରେ ମଧ୍ୟ ଅନେକ ଚ୍ୟାଲେଞ୍ଜ ରହିଛି। । କାହାକୁ କରିବେ ପ୍ର୍ାର୍ଥୀ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଧାମନଗରବାସୀ ପୁଣି ପଦ୍ମକୁ ଭରସା କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com