ବିଜେପି ଦେଲା, ହେଲେ ମନା କଲେ ଚର୍ଚ୍ଚିତ କଣ୍ଠଶିଳ୍ପୀ । ତା ପରେ…
![](https://i0.wp.com/odia.mobilenews24x7.com/wp-content/uploads/2024/03/Screenshot_2024-03-03_121652_1709448432683_1709448568767.webp?resize=549%2C309&ssl=1)
କାଲି ମିଳିଥିଲା ଟିକେଟ୍ । ହେଲେ ଆଜି ମନା କଲେ ପ୍ରାର୍ଥୀ । ଅର୍ଥାତ୍ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଟିକେଟ ଦେଇଥିଲା ବିଜେପି । କିନ୍ତୁ ଲଢିବାକୁ ମନା କରିଦେଇଛନ୍ତି ଭୋଜପୁରୀ ସିଙ୍ଗର ପୱନ ସିଂ । ଏନେଇ ସେ ତାଙ୍କ ସୋସିଆଲ ସାଇଟରେ ଘୋଷଣା କରିଛନ୍ତି । ତେବେ ଗୋଟିଏ ପଟେ ଅନେକ ହେଭିେଓଟ ନେତାଙ୍କୁ ଟିକେଟ ନଦେଇ ବିଜେପି ଗୁପ୍ତ ରଣନୀତି ଖେଳୁଥିବା ବେଳେ , ଏପଟେ ଯେଉଁମାନଙ୍କୁ ଟିକେଟ ମିଳିଛି ସେମାନେ ହେଉଛନ୍ତି କୁନ୍ଥୁକୁନ୍ଥୁ । ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।
ତେବେ ଶନିବାର ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ଏଥିରେ ୧୯୫ପ୍ରାର୍ଥୀହ୍କ ନାଁ ଘୋଷଣା କରାଯାଇଛି । ଯେଉଁଥିରେ ପଶ୍ଚିମବଙ୍ଗର ଆସନସୋଲ ଆସନ ପାଇଁ ପୱନ ସିଂଙ୍କୁ ଟିକେଟ ଦିଆଯାଇଛି । ହେଲେ ଟିକେଟ ପାଇବା ସତ୍ୱେ ମନାକରି ଦେଇଛନ୍ତି ପୱନ । ସେ କହିଛନ୍ତି ‘ମୁଁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ପାଇଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଦଳ ମୋତେ ବିଶ୍ୱାସ କରି ଆସନସୋଲର ପ୍ରାର୍ଥୀ ଘୋଷଣା କରିଥିଲା, କିନ୍ତୁ କୌଣସି ଏକ କାରଣରୁ ମୁଁ ଆସନସୋଲରୁ ନିର୍ବାଚନ ଲଢ଼ି କରିପାରିବି ନାହିଁ। ସେପଟେ ପୱନ ସିଂଙ୍କ ଏଭଳି ଘୋଷଣା ପରେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଦିଲ୍ଲୀ ଡକାଇ ଥିବା ଜଣାପଡିଛି । ଏଠାରେ କହିରଖୁଛୁ ଯେ,ପୱନ ସିଂ ଜମେ ପ୍ରଛଦ ପଟ ଗାୟକ ଭାବେ ଯେତିକି ଚର୍ଚ୍ଚିତ, ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେତିକି ବିବାଦୀୟ ।
ବିହାରର ମୂଳ ବାସିନ୍ଦା ୩୮ବର୍ଷୀୟ ପୱନ ଏହାରି ଭିତରେ ୨ଥର ବିବାହ କରିସାରିଲେଣି । ଏବେ ଯାହା ଚର୍ଚ୍ଚା ହେଉଛି ଭୋଜପୁରୀର ନାମକରା ଗାୟିକା ତଥା ଅଭିନେତ୍ରୀ ଅକ୍ଷରା ସିଂ ସହ ତାଙ୍କର ମଧୁର ସଂପର୍କ ରହିଛି । ସେ ଯାହା ବି ହେଉ ପଶ୍ଚିମବଙ୍ଗର ଏହି ଆସନରୁ ଟିଏମସିର ରହିଛି ଭଲ ଦବଦବା । ଚର୍ଚ୍ଚା ହେଉଛି ଟିଏମସି ସହ ମଦ୍ୟ ଅକ୍ଷରାଙ୍କ ବି ଭଲ ସଂପର୍କ ରହିଛି । ଆୁ ସେହି ଅକ୍ଷରାଙ୍କ ଇସାରାରେ ବିଜେପି ଟିକେଟକୁ ନାଁ କରିଦେଇଛନ୍ତି ପବନ । ସେପଟେ ଗତ ନିର୍ବାଚନ ଦେଖିଲେ ୨୦୧୯ରେ ଆସନସୋଲ ଆସନରୁ ବଲିଉଡ ସିଙ୍ଗର ବାବୁଲ ସୁପ୍ରିୟୋ ବିଜେପି ଟିକେଟ୍ରେ ବିଜୟୀ ହୋଇଥିଲେ। କିନ୍ତୁ ପରେ ସେ ବିଜେପି ଛାଡି ଟିଏମ୍ସି ସାମିଲ ହୋଇଥିଲେ। ଏହାପରେ ଉପନିର୍ବାଚନରେ ଏହି ଆସନରୁ ଶତ୍ରୁଘ୍ନ ସିହ୍ନା ଟିଏମ୍ସି ଟିକେଟ୍ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।