ଜାତୀୟ
ଟ୍ରୋଲ ନେଲା ଜୀବନ
ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ମହିଳା ଜଣକ ।
ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ର ପ୍ରଦେଶର । ଶାସକ ଦଳ YSR କଂଗ୍ରେସ ପାର୍ଟି ଅଭିଯୋଗ କରିଛି ଯେ, ତେଲୁଗୁ ଦେଶମ ପାର୍ଟି ଏବଂ ଜନସେନା ପାର୍ଟିର ସୋସିଆଲ ମିଡିଆ ସେଲ ଦ୍ୱାରା ଅତ୍ୟଧିକ ଟ୍ରୋଲ ହେବା ଫଳରେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି।