ଓଡ଼ିଶା

ଗୋଠଛଡ଼ା ଦନ୍ତାର ଉପଦ୍ରଵ, ଭାଙ୍ଗିଲା ଘରଦ୍ବାର ଖାଇଗଲା ଧାନଚାଉଳ

ତେଲକୋଇ: ଗୋଠଛଡ଼ା ଦନ୍ତାର ଉପଦ୍ରଵ। ଭାଙ୍ଗିଲା ଘରଦ୍ବାର ଖାଇଗଲା ଧାନଚାଉଳ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିକ କୃଷ୍ଣପୁର ଗାଁରେ ଗୋଠଛଡା ଦନ୍ତାହାତୀ ଉପଦ୍ରଵ କରୁଛି। ଘରଦ୍ବାର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଛି। ହାତୀ ଆକ୍ରମଣ କରିବାକୁ ଲୋକଙ୍କୁ ଗୋଡାଉଛି । ଲୋକଙ୍କୁ ମାରିବାକୁ ଗୋଡାଉଛି ହାତୀ ।  ଜୀବନ ବଞ୍ଚାଇବାକୁ ଦଉଡୁଛନ୍ତି ଲୋକେ ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଗୋଠଛଡା ଦନ୍ତାଟି କୃଷ୍ଣପୁର ଗାଁର ନାୟକ ସାହିରେ ପଶି ଉତ୍ପାତ କରିଥିଲା। ସାହିର ସମବାରି ନାୟକଙ୍କ ଘର ଭାଙ୍ଗିଥିଲା। ସେ କୁକୁଡା ଚାଷ କରିଥିବା ବେଳେ ଘର କାଂଥ ପଡି ଅନେକ କୁକୁଡ଼ା ମରିଯାଇଛନ୍ତି । ତେବେ ଘର ଭିତରେ ଶୋଇଥିବା ସମବାରି ନାୟକ ହାତୀ ହାବୁଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେଠାରୁ ନିଆଁହୁଳା ଦେଖାଇ ହାତୀକୁ ଘଉଡ଼ାଇବା ପରେ ଗାଁର କାଇଁଶିନାଳି ସାହିରେ ଥିବା ରମେଶ ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଯାଇଥିଲା ଦନ୍ତା । ହାତୀ ଘର ଭାଙ୍ଗିବା ଦେଖି ଭୟରେ ପରିବାର ଲୋକେ ସାହି ଭିତରକୁ ପଳାଇ ଯାଇଥିଲେ। ସାହି ଲୋକେ ନିଆଁହୁଳା ସାହାଯ୍ୟ ରେ ହାତୀକୁ ଘଉଡ଼ାଇ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com