ଓଡ଼ିଶା
ବନ୍ଧା ହେଲେ ନକଲି ଇଡି ଅଫିସର
ବନ୍ଧା ହେଲେ ନକଲି ଇଡି ଅଫିସର । ଦୁଇ ଭାଇ ନକଲି ଇଡି ଅଫିସର ସାଜି ଲୋକଙ୍କ ଠାରୁ ଲୁଟ୍ କରୁଥିଲେ । ସେମାନଙ୍କ ନାଁରେ ଅଭିଯୋଗ ହେବା ପରେ ଦୁଇ ଭାଇଙ୍କୁ ଗିରଫ କରିଛି ଏସଟିଏଫ୍ ।ଗିରଫ ୨ ଭାଇ ହେଉଛନ୍ତି, ଶଙ୍କର ମହାପାତ୍ର ଓ ତାରିଣୀସେନ୍ ମହାପାତ୍ର ।
ଢେଙ୍କାନାଳ ଜିଲ୍ଲାର ଏହି ଦୁଇ ଅଭିଯୁକ୍ତ ନିଜକୁ ଇଡିର ଆଡିସନାଲ୍ ଡାଇରେକ୍ଟର ପରିଚୟ ଦେଇ ତହସିଲଦାର, ଆରଟିଓ ଓ ବଡ ବଡ ସରକାରୀ ଅଫିସରକୁ ଟାର୍ଗେଟ କରିଥାନ୍ତି।